www.samajalive.in
Saturday, December 6, 2025
16.1 C
Bhubaneswar

ଚୋରା ମହୁଲି ମଦ ଜବତ, ୨ ଜଣ ଗିରଫ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅବକାରୀ ଥାନା ଅନ୍ତର୍ଗତ ଜଡ଼ିବେଡା ଓ ସୁନାରିପୋଷି ଗ୍ରାମରୁ ସୋମବାର ଦିନ ଅବକାରୀ ବିଭାଗ ର କର୍ମଚାରୀମାନେ ଚୋରାରେ ମହୁଲିମଦ ବିକ୍ରି କରୁଥିବା ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସେମାନଙ୍କର ନିକଟରୁ ୫୭ ଲିଟର ମଦ ସହ ବ୍ୟବହୃତ ଏକ ସାଇକେଲକୁ ଜବତ କରିଛି। ଏହି ଚଢ଼ାଉ ରେ ଠାକୁରମୁଣ୍ଡା ଅବକାରୀ ଥାନା ଅଧିକାରୀ କ୍ଷିତିଶ ଦାଶ, ଇନ୍ସପେକ୍ଟର ଶ୍ରୀଧର ଦାସ,ଏଏସଆଇ ରଘୁନାଥ ଲୋହାର, କନେଷ୍ଟବଳ ପାର୍ବତୀ ମାରାଣ୍ଡି, କାଳିଚରଣ ଟୁଡୁ,ସତ୍ୟନାରାୟଣ ରଣସିଆ ଚଢଉ କରିଥିଲେ।ଚଢ଼ାଉ ବେଳେ କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଡ଼ିବେଡା ଗ୍ରାମର ରାଜୁ ମାଝି  କେନ୍ଦୁଜିଆଣି ର ସାପ୍ତାହିକ ହାଟରେ ବିକ୍ରି କରିବାକୁ ଆଣିଥିବା ୩୫ ଲିଟର ମଦ ସହ ଏକ ସାଇକେଲ ଏବଂ ସୁନାରିପୋଷି ଗ୍ରାମର ମାଶା ସୋରେନ ଘରେ ରଖି ବିକ୍ରି କରୁଥିବା ୨୨ ଲିଟର ମଦକୁ ଜବତ କରିଥିବାର  ବିଭାଗ ପକ୍ଷରୁ ପ୍ରକାଶ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories