ବ୍ୟାସନଗର : ଯାଜପୁରରୋଡ ଥାନା ମୁଣ୍ଡମାଳ ଗ୍ରାମର ଟିଲୁଆ ଦେହୁରୀଙ୍କୁ ଗତକାଲି ରାତିରେ ଦୁଇ ଜଣ ଯୁବକ ଖଣ୍ଡାରେ ଆକ୍ରମଣ କରି ଜୀବନରୁ ମାରି ଦେବାକୁ ଧମକ ଚମକ ଦେବା, ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ଅଭିଯୋଗ ହୋଇଛି।ପୁଲିସ ଦୁଇ ଜଣକୁ ଗିରଫ କରି ଅଦାଲତ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଆକ୍ରମଣକାରୀ ଦୁଇ ଯୁବକ ହେଲେ ମୁଣ୍ଡମାଳ ଗ୍ରାମର ମଧୁ ମଲ୍ଲିକଙ୍କ ପୁଅ ଅଜୟ (୩୨) ଓ ବାଲିଆପଶି ଗ୍ରାମର କାମଦେବ ଦାସଙ୍କ ପୁଅ ବିଚିତ୍ର।
Popular Categories



