www.samajalive.in
Saturday, December 6, 2025
26.1 C
Bhubaneswar

‘ମୁଁ ୫ ଲକ୍ଷ ଟଙ୍କା ଦେଉଛି ସଜ୍ଜନଙ୍କ ପିଲାମାନଙ୍କୁ ଜୀଅନ୍ତା ଜାଳିଦିଅ’

ଚଣ୍ଡିଗଡ: ‘ମୋ ପୁଅ ବେକରେ ଟାୟାର ପକାଇ ଜୀବନ୍ତ ଜାଳି ଦିଆଯାଇଥିଲା, ମୁଁ ୫ ଲକ୍ଷ ଟଙ୍କା ଦେଉଛି ସଜ୍ଜନଙ୍କ ପିଲାମାନଙ୍କୁ ଜୀଅନ୍ତା ଜାଳିଦିଅ’ । ନେତାମାନେ କହୁଛନ୍ତି ଦଙ୍ଗା ପୀଡିତଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦିଆଯାଇଛି । ମୁଁ ୫ ଲକ୍ଷ ଟଙ୍କା ଦେବା ପ୍ରସ୍ତୁତ ଅଛି । କ’ଣ ସଜ୍ଜନ କୁମାର ମୋ ଆଖି ସାମ୍ନାରେ ନିଜ ପିଲାକୁ ନିଆଁରେ ଜାଳିବ କି ? ୧୯୮୪ ଶିଖ୍ ବିରୋଧୀ ଦଙ୍ଗାରେ ନିଜର ଦୁଇ ପୁଅ ଓ ସ୍ବାମୀଙ୍କୁ ହରାଇ ଥିବା ୭୦ ବର୍ଷ ବୟସ୍କା ବୃଦ୍ଧା ଏଭଳି ବୟାନ ଦେଇଛନ୍ତି ।

ଦିଲ୍ଲୀ ହାଇକୋର୍ଟ ଦ୍ବାରା କଂଗ୍ରେସ ନେତା ସଜ୍ଜନ କୁମାର ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା ପରେ ଲୁଧିୟାନାର ସିଆରପି କଲୋନୀରେ ହଲଚଲ ସୃଷ୍ଟି ହୋଇଛି । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ପରେ ପ୍ରାୟ ୫ ହଜାର ପୀଡିତଙ୍କ ପରିବାର ଏହି କଲୋନୀରେ ରହୁଛନ୍ତି । ଦୀର୍ଘ ୩୪ ବର୍ଷ ପରେ ଆସିଥିବା ରାୟ ଦଙ୍ଗା ପୀଡିତଙ୍କ ପରିବାରକୁ ଆଶ୍ବସ୍ତି ଦେଇଛି ସତ ହେଲେ ଖୁସି କରିପାରିନାହିଁ । ସେମାନଙ୍କର ଦାବି ହେଉଛି ଯେ, ସଜ୍ଜନ କୁମାରଙ୍କୁ ଫାଶି ମିଳିବା ଉଚିତ୍ । ଏହି ଦଙ୍ଗାରେ ସାମିଲ ଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଦଣ୍ଡ ମିଳିବା ଉଚିତ୍ । ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ମଧ୍ୟ ଦଣ୍ଡ ମିଳିବା ଉଚିତ୍ ବୋଲି ଦଙ୍ଗା ପୀଡିତଙ୍କ ପରିବାର ଲୋକ ଦାବି କରିଛନ୍ତି ।

- Advertisement -

୧୯୮୪ ଶିଖ୍ ବିରୋଧୀ ଦଙ୍ଗାରେ ସର୍ବସ୍ବାନ୍ତ ହୋଇଥିବା ୭୦ ବର୍ଷୀୟା ଗୁରଦୟାଲ କୌର କହିଛନ୍ତି ଯେ, ଦଙ୍ଗା ସମୟରେ ଦିଲ୍ଲୀର ରାଣୀ ପରିବା ମଣ୍ଡି ନିକଟରେ ଦୁଇ ପୁଅ ଓ ସ୍ବାମୀଙ୍କ ସହ ସେ ରହୁଥିଲେ । ଦଙ୍ଗା ବେଳେ ପୁରା ପରିବାର ଘରେ ଥିଲା । ଦଙ୍ଗା କରୁଥିବା କିଛି ଲୋକ ସଂଧ୍ୟାରେ ହଠାତ୍ ଘର ଭିତର ପଶି ଆସିଥିଲେ । ଗୁରଦୟାଲ କୌର ଦୁଇ ପୁଅ ହାକମ ସିଂହ(୨୦) ଏବଂ ଅମରଜୀତ ସିଂହ(୩୦) ଘରୁ ଉଠାଇ ନେଇ ତାଙ୍କ ଆଖି ସାମ୍ନାରେ ସେମାନଙ୍କ ବେକରେ ଟାୟାର ପକାଇ ନିଆଁ ଲଗାଇ ଦେଇଥିଲେ । ଏହାର କିଛି ସମୟ ପରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories