www.samajalive.in
Monday, December 8, 2025
14.1 C
Bhubaneswar

ଟିମ୍ ଇଣ୍ଡିଆ ପାଇଁ ସ୍ମରଣୀୟ ଦିନ : ୩୭ ବର୍ଷ ପୂର୍ବେ ଆଜିର ଦିନରେ ପ୍ରଥମ ବିଶ୍ୱକପ ଜିତିଥିଲା ଭାରତ

ନୂଆଦିଲ୍ଲୀ : ଆଜକୁ ଠିକ୍ ୩୭ ବର୍ଷ ପୂର୍ବେ ଆଜି, ୨୫ ଜୁନ୍ ୧୯୮୩ରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ବିଶ୍ୱକପ୍ ଜିତି ଇତିହାସ ରଚିଥିଲା। କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜିର ଦିନରେ ଦୁଇଥର ଚାମ୍ପିଆନ୍ ହୋଇଥିବା ୱେଷ୍ଟଇଣ୍ଡିଜ୍ ଟିମକୁ ଫାଇନାଲରେ ପରାସ୍ତ କରିଥିଲା।
ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ କେ ଶ୍ରୀକାନ୍ତ କହିଛନ୍ତି ଯେ, ୧୯୮୩ ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆ ପାଖରେ ଜିତିବାର କୌଣସି ସୁଯୋଗ ନଥିଲା। କାରଣ ସମଗ୍ର ଦଳ ମାତ୍ର ୧୮୩ ରନ କରିବାରେ ସକ୍ଷମ ହୋଇଥିଲା। ମାତ୍ର ଅଧିନାୟକ କପିଲ ଦେବଙ୍କ ପ୍ରେରଣାଦାୟକ ଅଧିନାୟକତ୍ବ ଦଳକୁ ଟ୍ରଫି ପାଇବାରେ ସଫଳ କରାଇଥିଲା।
ଇଂଲଣ୍ଡର ଲର୍ଡସରେ ଖେଳାଯାଇଥିବା ୧୯୮୩ ବିଶ୍ୱକପ ଫାଇନାଲରେ ଭାରତ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ ଦଳକୁ ୪୩ ରନରେ ପରାସ୍ତ କରିଥିଲା। ଏହି ସ୍ମରଣୀୟ ବିଜୟରେ ଶ୍ରୀକାନ୍ତ ସେହି ଚମତ୍କାର ଇନିଂସ ଖେଳିଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ରଖାଯାଇଥିବା ସ୍ବଳ୍ପ ସ୍କୋରର ମ୍ୟାଚରେ ଶ୍ରୀକାନ୍ତ ସର୍ବାଧିକ ରନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories