ଦେଶରେ ଦିନକରେ ଚିହ୍ନଟ ହେଲେ ୧୮,୮୭୦ କରୋନା ସଂକ୍ରମିତ

୨୦ ହଜାର ତଳକୁ ଖସିଲା ସଂକ୍ରମଣ, ସକ୍ରିୟ ଆକ୍ରାନ୍ତଙ୍କ ହାର ୦.୮୪%

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୭୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦୈନିକ ସଂକ୍ରମଣ ସଂଖ୍ୟା ୨୦ ହଜାର ତଳେ ରହିଛି । ସଂକ୍ରମିତଙ୍କ ହାର ସଂପ୍ରତି ୧%ରୁ ତଳେ ଅର୍ଥାତ ୦.୮୪% ରହିଛି । ଦିନକ ମଧ୍ୟରେ ୨୮,୧୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ୧.୨୫% ଏବଂ ସାପ୍ତାହିକ ସଂକ୍ରମଣ ୧.୮୨% ରହିଛି । ଏଥିସହିତ ଆରୋଗ୍ୟ ହାର ୯୮.୮୩% ରହିଛି । ଦେଶରେ ସଂପ୍ରତି ୨,୮୨,୫୨୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି, ଯାହା ୧୯୪ ଦିନ ମଧ୍ୟରେ ସର୍ବନିମ୍ନ ସ୍ତର । ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୬.୭୪ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ସେହି ସମୟ ମଧ୍ୟରେ ଦେଶରେ ମୋଟ ୮୭.୬୬ କୋଟି ପାନ କୋଭିଡ ଟିକା ଦିଆଯାଇଛି ।

kalyan agarbati

Comments are closed.