୧୬୦୦ରୁ ଅଧିକ କମ୍ପାନୀରେ ଚୀନ ନିବେଶ କରିଛି ୭୫୦୦ କୋଟି ଟଙ୍କା
ଦେଶର ୧୬ଶହରୁ ଅଧିକ କମ୍ପାନୀରେ ଚୀନ ନିବେଶ କରିଛି ହଜାର ହଜାର କୋଟି ଟଙ୍କା । କେବଳ ୨୦୧୬ ମସିହାରୁ ୨୦୨୦ ମସିହା ମାର୍ଚ ମାସ ମଧ୍ୟରେ ବିଭିନ୍ନ ଭାରତୀୟ କମ୍ପାନୀରେ ପ୍ରାୟ ୧ ଆରବ ଡ଼ଲାର ନିବେଶ କରିଛି ଚୀନ । ସରକାରୀ ପରିସଂଖ୍ୟାନରୁ ଏହି ସୂଚନା ମିଳିଛି ଏବଂ ମଙ୍ଗଳବାର ରାଜ୍ୟସଭାରେ ସରକାର ଏହାକୁ ସ୍ବୀକାର କରିଛନ୍ତି ।
ଷ୍ଟାର୍ଟଅପଗୁଡ଼ିକରେ ଚୀନ ନିବେଶ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତର ବିଭିନ୍ନ ୧୬୦୦ କମ୍ପାନୀରେ ଗତ ୪ ବର୍ଷ ମଧ୍ୟରେ ଚୀନରୁ ୧୦୨କୋଟି ଡ଼ଲାର ଅର୍ଥାତ୍ ପ୍ରାୟ ୭୫୦୦ କୋଟି ଟଙ୍କାର ପ୍ରତ୍ୟକ୍ଷ ପୁଞ୍ଜିନିବେଶ ହୋଇଛି । ଅଟୋମୋବାଇଲ, ପୁସ୍ତକ ଛପା, ଇଲେକ୍ଟୋନିକ୍ସ, ବିଭିନ୍ନ ସେବା କ୍ଷେତ୍ର, ବିଜୁଳ ଉପକରଣ କମ୍ପାନୀ ଆଦିରେ ମଧ୍ୟ ଚୀନରୁ ବିପୁଳ ନିବେଶ ଆସିଛି । ଅଟୋମୋବାଇଲ କ୍ଷେତ୍ରରେ ଚୀନରୁ ସର୍ବାଧିକ ୧୭.୨ କୋଟି ଟଙ୍କା ଏଫଡ଼ିଆଇ ଆସିଛି । ସେହିପରି ସେବା କ୍ଷେତ୍ରରେ ପାଖାପାଖି ୧୪ କୋଟି ଡ଼ଲାର ନିବେଶ ହୋଇଥିବା ସରକାରଙ୍କ ପକ୍ଷରୁ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।
Comments are closed.