www.samajalive.in
Monday, December 8, 2025
27.1 C
Bhubaneswar

ଘରେ ସ୍କୁଲ ଫି’ ନ ଦେବାରୁ ମହୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ

କାଲିମେଳା: ମାଲକାନଗିରି ଜିଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ ଏମଭି-୬୨ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟ ଫି’ ମାଗିବାରୁ ପରିବାର ଲୋକ ପରେ ଦେବେ ବୋଲି କହିବାରୁ ରାଗରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ଉକ୍ତ ଗାଁର ବାଧାଇ ଭକ୍ତଙ୍କ ଝିଅ ଆରତୀ। ସ୍ଥାନୀୟ ଏମଭି ୬୮ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଥିଲେ ଆରତୀ। ଶନିବାର ସକାଳ ୮ଟା ସମୟରେ ଆରତୀ ନିଜ ମା’ଙ୍କୁ ସ୍କୁଲ ଫି’ଦେବା ପାଇଁ ଟଙ୍କା ମାଗିଥିଲେ। ମା’ ପାଖରେ ଟଙ୍କା ନ ଥିବାରୁ ବାପା କୁଆଡେ ବେପାର କରିବାକୁ ଯାଇଛନ୍ତି ସେ ଆସିଲେ ଟଙ୍କା ଦେବେ ବୋଲି କହିଥିଲେ। ଘର ଲୋକ ଟଙ୍କା ନ ଦେବାରୁ ଆରତୀ ରାଗି ଘରୁ ଚାଲି ଯାଇଥିଲେ।

 

- Advertisement -

ପରିବାର ଲୋକ ଖୋଜଖୋଜି କରିଥିଲେ ହେଁ ପାଇ ନ ଥିଲେ। ଏହାର ଏକ ଘଣ୍ଟା ପରେ କଇମେଟଲା ଗାଁ ନିକଟ ଏକ ସରକାରୀ ଛାତ୍ରୀନିବାସ ପଛପଟରେ ଥିବା ଏକ ମହୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଛତ୍ରୀଙ୍କ କକା କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଛାତ୍ରୀ ଜଣଙ୍କ କାହିିଁକି ଆତ୍ମହତ୍ୟା କଲେ ସେ ନେଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁରଜ କୁମାର ଝାଙ୍କର ସୂଚନା ଦେଇଛନ୍ତି। ଏ ନେଇ ଛାତ୍ରୀ ପଢୁଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟନ୍ତ କୁମାର ସାମଲଙ୍କୁ ପଚାରିବାରୁ ବିଦ୍ୟାଳୟ ପକ୍ଷରୁ ପିଲାଙ୍କୁ ସ୍କୁଲ ଫି ବାବଦକୁ କୌଣସି ଅର୍ଥ ମଗାଯାଇ ନାହିଁ। ଛାତ୍ରୀ ଜଣଙ୍କ ଏପରି କାହିଁକି କଲେ, ତାହା ଦୁଃଖର ବିଷୟ ବୋଲି ସେ କହିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories