www.samajalive.in
Wednesday, December 10, 2025
18.1 C
Bhubaneswar

‘୧୦୮ରେ ମିଶିବ ୧୦୨’: ଉଭୟ ଆମ୍ବୁଲାନ୍ସ ପାଇଁ ଗୋଟିଏ କଲସେଣ୍ଟର

ଭୁବନେଶ୍ୱର, ୨୪ା୧(ନି.ପ୍ର): ରାଜ୍ୟରେ ଦୁଇ ପ୍ରକାରର ଆମ୍ବୁଲାନ୍ସ ସେବା ଜାରି ରହିଥିବାବେଳେ ଗର୍ଭବତୀଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ଓ ଅନ୍ୟ ରୋଗୀଙ୍କ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ। ଉଭୟ ଆମ୍ବୁଲାନ୍ସ ସେବା ପାଇଁ ଅଲଗା କଲସେଣ୍ଟର ରହିଛି। ଆଗାମୀ ଦିନରେ ଦୁଇଟି ଯାକ ଆମ୍ବୁଲାନ୍ସ ପାଇଁ ଗୋଟିଏ ସହାୟତା ନମ୍ବର ରହିବ। ୧୦୮ରେ ମିଶିବ ୧୦୨ ସହାୟତା ନମ୍ବର। ୧୦୨ ଆମ୍ବୁଲାନ୍ସ ପାଇଁ ଆଗକୁ ୧୦୮ ନମ୍ବରରେ କଲ କରିବାକୁ ପଡ଼ିବ। ଆମ୍ବୁଲାନ୍ସ ସେବାକୁ ଅଧିକ ସରଳୀକରଣ କରିବାକୁ ଏପରି ପଦକ୍ଷେପ ନିଆଯାଇଛି। ୧୦୮ ସହାୟତା ନମ୍ବରକୁ ଫୋନ କଲେ ଉଭୟ ଗର୍ଭବତୀ ଓ ଅନ୍ୟ ରୋଗୀଙ୍କୁ ସେବା ମିଳିପାରିବ।
ଦୁଇରୁ ତିନି ମାସ ମଧ୍ୟରେ ମିଶ୍ରଣ କରାଯିବାର ସମ୍ଭାବନା ରହିଛି। ମିଶ୍ରଣ ପରେ ରୋଗୀ ଏବଂ ଗର୍ଭବତୀ ୧୦୮ ସହାୟତା ନମ୍ବରକୁ ଫୋନ କଲେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ପହଞ୍ଚି ପାରିବ। ସରକାର ୧୦୮ ଆମ୍ବୁଲାନ୍ସ ସେବାକୁ ବ୍ୟାପକ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପର୍ୟ୍ୟାୟକ୍ରମେ ୧୦୮ ଆମ୍ବୁଲାନ୍ସ ଗାଡି ବୃଦ୍ଧି କରାଯାଇଛି। ଆଗାମୀ ଦିନରେ ଆଉ ୨୮ଟି ୧୦୮ ଆମ୍ବୁଲାନ୍ସ କ୍ରୟ କରିବାକୁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ଏବେ ରାଜ୍ୟରେ ୫୯୬ଟି ୧୦୮ ଏବଂ ୫୦୦ଟି ୧୦୨ ଆମ୍ବୁଲାନ୍ସ ସେବା ପ୍ରଦାନ କରୁଛି।
୧୦୮ ଆମ୍ବୁଲାନ୍ସ ସେବାକୁ ୮ବର୍ଷ ପୂରିଛି। ୧୦୨କୁ ମଧ୍ୟ ୭ବର୍ଷ ବିତିଛି। ପୂର୍ବରୁ ୧୦୨ ଜନନୀ ଏକ୍ସପ୍ରେସ ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିୟନ୍ତ୍ରଣରେ ଚାଲୁଥିଲା। ହେଲେ ଗର୍ଭବତୀଙ୍କୁ ତୁରନ୍ତ ଆମ୍ବୁଲାନ୍ସ ସେବା ପ୍ରଦାନ ପାଇଁ ରାଜ୍ୟସ୍ତରରେ ୧୦୨ କଲସେଣ୍ଟର କରାଯାଇଛି। ଏ ସଂକ୍ରାନ୍ତରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ରାଜ୍ୟ ମୁଖ୍ୟ ଡ. ସବ୍ୟସାଚୀ ବିଶ୍ବାଳ କହିଛନ୍ତି, ୧୦୨ ଏବଂ ୧୦୮ ଆମ୍ବୁଲାନ୍ସ ସେବା ରୋଗୀ ଓ ଗର୍ଭବତୀଙ୍କୁ ସେବା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। କରୋନା ସମୟରେ ଉଭୟ ଆମ୍ବୁଲାନ୍ସ ରୋଗୀଙ୍କ ପାଖରେ ପହଞ୍ଚି ଡାକ୍ତରଖାନା ଆଣିଛି। ବର୍ଷକୁ ବର୍ଷ ଅଧିକ ରୋଗୀ ଏବଂ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ସେବା ଦିଆଯାଇ ପାରୁଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories