www.samajalive.in
Sunday, December 7, 2025
23.1 C
Bhubaneswar

ଜାମିଆ ହିଂସା: ୧୦ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ନାହାନ୍ତି କୌଣସି ଛାତ୍ର

ନୂଆଦିଲ୍ଲୀ: ନାଗରିକତା ଆଇନ ବିରୋଧରେ ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟ ପରିସରରେ ଗତ ରବିବାର ଘଟିଥିବା ହିଂସାକାଣ୍ଡରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ କୌଣସି ଜଣେ ହେଲେ ଛାତ୍ର ନ ଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ମଙ୍ଗଳବାର କେତେକ ରାସ୍ତାକୁ ବନ୍ଦ କରିଦିଆଯାଇଥିବାରୁ ଦିଲ୍ଲୀରୁ ନୋଏଡ଼ା ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ରାସ୍ତାଜାମ ହୋଇଯିବାରୁ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅୁନସାରେ, ଜାମିଆ ମିଲିଆ ବିଶ୍ଵବିଦ୍ୟାଳୟ ପରିସରରେ ହିଂସାବେଳେ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇ ନାହିଁ। ହିଂସାରେ ଯେଉଁ ୧୦ ଜଣଙ୍କୁ ଗିରଫ କରାଯାଇଛି ସେମାନଙ୍କର ଆପରାଧିକ ପୃଷ୍ଠଭୂମି ରହିଛି। ହିଂସା ସୃଷ୍ଟି କରିଥିବା ଅନ୍ୟ କେତେଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିବା କୁହାଯାଇଛି। ପୁଲିସ ସୂଚନା ଅନୁସାରେ ତଦନ୍ତ ସମୟରେ ହିଂସାରେ କେତେକ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ପୁଲିସକୁ କିଛି ହ୍ବାଟ୍ସଆପ୍‌ ଗ୍ରୁପର ତଥ୍ୟ ମିଳିଛି। ହିଂସା ସୃଷ୍ଟି ପାଇଁ ଉସୁକାଇବା ଭଳି କିଛି ବାର୍ତ୍ତା ହ୍ବାଟ୍ସଆପ ଜରିଆରେ ପଠାଯାଇଥିବା ଜଣାପଡ଼ିଛି। ଆଗକୁ କିଛି ବଡ଼ବଡ଼ିଆଙ୍କ ନାମ ଆସିପାରେ। ହିଂସା ବଢ଼ାଇବା ଲାଗି ସମ୍ପୂର୍ଣ୍ଣ ରୂପେ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ପୁଲିସ କହିଛି।

- Advertisement -

ସୂଚନାଯୋଗ୍ୟ, ଗତ ରବିବାର ଦିନ ଜାମିଆ ବିଶ୍ଵବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ନାଗରିକତା ଆଇନ ବିରୋଧୀ ଆନ୍ଦୋଳନ ଚଳାଇଥିଲେ। ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବାବେଳେ କିଛି ବାହାର ଲୋକ ସେମାନଙ୍କ ସହିତ ମିଶି ହିଂସାର ସୂତ୍ରପାତ କରିଥିଲେ। ଫଳରେ ପୁଲିସ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ପୁଲିସ ବାଧ୍ୟ ହୋଇ ଲାଠି ମାଡ଼ କରିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏଥିରେ ବହୁ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଏପରି କି ପୁଲିସ ଛାତ୍ରୀମାନଙ୍କୁ ବର୍ବର ଭାବେ ମାଡ଼  ମାରିଥିଲା। ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି। ମଙ୍ଗଳବାର ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories