www.samajalive.in
Monday, December 8, 2025
14.1 C
Bhubaneswar

ବାସହରା ପରିବାରକୁ ସହାୟତାର ହାତ ବଢ଼ାଇଲେ କଳିଙ୍ଗ ସମାଜ ସେବା ସଂଗଠନ ଓ ମାହାଙ୍ଗା ପ୍ରେସ କ୍ଲବ

କୁଆଁପାଳ : ସରକାର ସମସ୍ତଗରିବ ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରି ଯୋଜନା କରିଥିବା ବେଳେ, ବେଳେ ବେଳେ ତାହା କେଉଁଠାରେ ପହଁଛି ପାରୁନି ତ କେଉଁଠାରେ ପହଂଚିବା ପରେ ତାହାର ସଫଳ ରୂପାୟନ ହୋଇ ପାରୁନି । ଏଭଳି ଘଟଣା ଦେଖିବକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉଷୁମା ପଂଚାୟତ ଉଷୁମା ଗ୍ରାମରେ । ଗ୍ରାମର ରୋଗୀଣା କଳାକାର ନଗେନ୍ଦ୍ର ପ୍ରଧାନ (୫୯) ଏବେ ବାସହରା ହୋଇ ଚାରି ପିଲା ସହ ପର ଘରେ ଆଶ୍ରୟ ନେଇଛନ୍ତି।  ଅସୁସ୍ଥତା ଆର୍ଥିକ ଅଭାବ ହେତୁ ଘରେ ଓଳିଏ ଚୁଲି ଜାଳିବା କଷ୍ଟ କର ହୋଇପଡ଼ିଥିଲା ।
ଖବର ପାଇଁ ମାହାଙ୍ଗାର କଳିଙ୍ଗ ସମାଜ ସେବା ସଂଗଠନ ଓ ମାହାଙ୍ଗା ପ୍ରେସ କ୍ଲବର କର୍ମକର୍ତ୍ତାମାନେ ଉଷୁମା ଗ୍ରାମରେ ପହଂଚି ଅସୁସ୍ଥ ନଗେନ୍ଦ୍ରଙ୍କ ଭଲମନ୍ଦ ପଚାରି ବୁଝିବା ସହ ଶୁଖିଲା ଖାଦ୍ୟ, ଆସବାବ ପତ୍ର ସାବୁନ ବିଶୋଧକ ଆଦି ବିଭିନ୍ନ ସାମଗ୍ରୀ ପ୍ରଦାନ କରିଥିଲେ ।
ଗତ ଫନି ବାତ୍ୟାରେ ନଗେନ୍ଦ୍ରଙ୍କ ଘର ସମ୍ପୂର୍ଣ ଧୂଳିସାତ ହୋଇଥିବାରୁ ଉଭୟ କଳିଙ୍ଗ ସମାଜ ସେବା ସଂଗଠନ ଓ ମାହାଙ୍ଗା ପ୍ରେସ୍ କ୍ଲବ ପକ୍ଷରୁ ଏକ ମାସ ମଧ୍ୟରେ ଏକ ବଖରା ସ୍ଥାୟୀ ଗୃହ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ଉଭୟ ସଙ୍ଗଠନ ପକ୍ଷରୁ ଧାର ପୁର ଗ୍ରାମର ଅସହାୟ ବୃଦ୍ଧା ଇନ୍ଦୁମତୀ ମହାନ୍ତିଙ୍କୁ ବସ୍ତ୍ର ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା ।
ଏଥିରେ କଳିଙ୍ଗ ସମାଜ ସେବା ସଂଗଠନର ପ୍ରତିଷ୍ଠାତା ସଭାପତି ଉତ୍କଳ ରଞ୍ଜନ ସେଠି, ମାହାଙ୍ଗା ପ୍ରେସ କ୍ଲବର କାର୍ୟ୍ୟକାରି ସଭାପତି ଲଷ୍ମୀଧର ଖୁଣ୍ଟିଆ,ସଭାପତି ଦୀପକ ସାହୁ, ସାମ୍ବାଦିକ ମନୋଜ ଆଚାର୍ୟ୍ୟ,ଅର୍ଜୁନ ସାହୁ ରମେଶ ସାହୁ, ଅଶୋକ ଦାସ, ଦୟାନିଧି ସାହୁ, ରାମକୃଷ୍ଣ ସାହୁ, ସୁବ୍ରତ ମହାନ୍ତି, ସଂଗଠନର ସଭାପତି ରାଜେଶ କୁମାର ମାଲିକ, ସମ୍ପାଦକ ପ୍ରଦ୍ୟୁମ୍ନ ସାମନ୍ତ ରାୟ, ଉପଦେଷ୍ଟା ସୁରେଶ ଭଞ୍ଜ, ପୂର୍ଣ୍ଣଜିତ ବେହୁରା, ସରୋଜ ରଣା ସୁଦିପ ସାହୁ ହେମନ୍ତ ସାହୁ, ବିଚିତ୍ର ସାହୁ, ଅମୀୟ ବିଶ୍ୱାଳ ନାରାୟଣ ସୁନ୍ଦରା, ପ୍ରକାଶ ରାଉତ, କେଦାର ଗୋଛାୟତ ଏଭଳି ମହନୀୟ କାର୍ୟ୍ୟରେ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇଛନ୍ତି । ସଂଗଠନ ଏଭଳି କାର୍ୟ୍ୟକୁ ସ୍ଥାନୀୟ ଗ୍ରମବାସୀ ମାନେ ସ୍ୱାଗତ କରିବା ସହ ଅସହାୟ ନଗେନ୍ଦ୍ରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories