www.samajalive.in
Monday, December 8, 2025
27.1 C
Bhubaneswar

ସର୍ପାଘାତରେ ବାଳକର ମୃତ୍ୟୁ

ହରଭଙ୍ଗା : ହରଭଙ୍ଗା ଥାନା  ଅନ୍ତର୍ଗତ ସଙ୍କୁଲେଇ ପଂଚାୟତ ରାଉତପଡା ଗ୍ରାମରେ ସର୍ପାଘାତରେ ଜଣେ ୧୦ବର୍ଷ ବୟସର ବାଳକର ମୃତ୍ୟୁ ଘଟିଛି। ମୃତ ବାଳକ ଜଣଙ୍କ ହେଉଛନ୍ତି ଶୁଶିଲ ବେହେରାଙ୍କ ପୁଅ ଅଂଶୁମାନ ବେହେରା।

ସୂଚନା ଅନୁସାରେ ଶୁକ୍ରବାର ରାତିରେ ଅଂଶୁମାନ ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷଧର ସାପ ଦଂଶନ କରିଥିଲା।ସକାଳୁ ଉଠିଲା ସମୟରେ ଅଂଶୁମାନ ପାଟିରୁ ଫେଣ ବାହାରୁଥିବା ପରିବାର ଲୋକେ ଦେଖି  ସଙ୍ଗେ ସଙ୍ଗେ ଆଠମଲିକ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ଖବର ଜଣାପଡିବା ପରେ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସଂକୁଲେଇ ସରପଞ୍ଚ ପ୍ରତିନିଧି ସତ୍ୟବାଦୀ ଚାଉଳିଆ, ପୂର୍ବତନ ସମିତି ସଭ୍ୟ ତ୍ରିବିକ୍ରମ ମହାକୁଡ଼, ପିଇଓ ଜଗଦୀଶ ମଲିକ ପହଞ୍ଚି ମୃତକଙ୍କ ପରିବାରକୁ ୩ହଜାର ଟଙ୍କା ହରିଶ୍ଚନ୍ଦ୍ର ସହାୟତା ପ୍ରଦାନ କରିଥିଲେ। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories