www.samajalive.in
Friday, December 5, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା : ୧୩.୪ କୋଟି ହିତାଧିକାରୀଙ୍କୁ ୧.୭୮ ଲକ୍ଷ ମେଟ୍ରିକ ଟନ୍ ଡାଲି ବଣ୍ଟନ

ନୂଆଦିଲ୍ଲୀ : ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୧୩.୪ କୋଟି ହିତାଧିକାରୀଙ୍କୁ ୧.୭୮ ଲକ୍ଷ ମେଟ୍ରିକ ଟନ ଡାଲି ବଣ୍ଟନ କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ୯.୬୭ କୋଟି କୃଷକଙ୍କୁ ୧୯,୩୫୦.୮୪ କୋଟି ଟଙ୍କା ପ୍ରଧାନ କରାଯାଇଛି।
-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଡାଲି ବଣ୍ଟନ
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପାଖାପାଖି ୪.୫୭ ଲକ୍ଷ ମେଟ୍ରିକ ଟନ ଡାଲି ଯୋଗାଇ ଦିଆଯାଇଛି । ଏଥିମଧ୍ୟରୁ ୧.୭୮ ଲକ୍ଷ ମେଟ୍ରିକ ଟନ ଡାଲି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଥିବା ୧୩୪୦.୬୧ ଲକ୍ଷ ହିତାଧିକାରୀଙ୍କୁ ବିତରଣ କରାଯାଇସାରିଛି ।
-ନାଫେଡ ପକ୍ଷରୁ ଡାଲି ଓ ତୈଳ ବୀଜ ସଂଗ୍ରହର ସ୍ଥିତି :
ଲକଡାଉନ ସମୟରେ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ ଓ ହରିୟାଣା ଆଦି ୯ଟି ରାଜ୍ୟରୁ ୭.୩୩ ଲକ୍ଷ ମେଟ୍ରିକ ଟନ ଚଣା ଡାଲି ସଂଗ୍ରହ କରାଯାଇଛି ।
ସେହିପରି ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ହରିୟାଣା ଆଦି ୫ଟି ରାଜ୍ୟରୁ ୫.୯୧ ଲକ୍ଷ ମେଟ୍ରିକ ଟନ ସୋରିଷ ସଂଗ୍ରହ କରାଯାଇଛି।
ତାମିଲନାଡ଼ୁ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଗୁଜରାଟ ଓ ଓଡ଼ିଶା ଆଦି ୮ଟି ରାଜ୍ୟରୁ ୨.୪୧ ଲକ୍ଷ ମେଟ୍ରିକ ଟନ ହରଡ଼ ଡାଲି ସଂଗ୍ରହ କରାଯାଇଛି।
-ରବି ବିପଣନ ଋତୁରେ ଗହମ ସଂଗ୍ରହ
ରବି ବିପଣନ ଋତୁ (ଆରଏମଏସ) ୨୦୨୦-୨୧ରେ ମୋଟ ୩୫୯.୧୦ ଲକ୍ଷ ମେଟ୍ରିକ ଟନ ଗହମ ଏଫସିଆଇରେ ପହଞ୍ଚିଥିଲା ଏଥିମଧ୍ୟରୁ ୩୪୭.୫୪ ଲକ୍ଷ ମେଟ୍ରିକ ଟନ କ୍ରୟ କରାଯାଇଛି।
-ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ-କିସାନ) ଯୋଜନା
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ-କିସାନ) ଯୋଜନା ଅନ୍ତର୍ଗତ ଲକଡାଉନ ଅବଧିରେ ୨୪.୩.୨୦୨୦ ଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ୯.୬୭ କୋଟି କୃଷକ ଲାଭାନ୍ବିତ ହୋଇଛନ୍ତି ଏବଂ ସେମାନଙ୍କୁ ୧୯,୩୫୦.୮୪ କୋଟି ଟଙ୍କା ଜାରି କରାଯାଇଛି।

 

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories