www.samajalive.in
Saturday, December 6, 2025
26.1 C
Bhubaneswar

ହୋଟେଲର ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର

ରେଙ୍ଗାଲିକେମ୍ପ  : ଅତାବିରା ୫୩ନମ୍ୱର୍ ଜାତୀୟ ରାଜପଥ କଡ଼ରେ ରହିଥିବା  ଲଜ୍ ରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।  ସେ ହେଲେ ସୁନ୍ଦରଗଡ ଜିଲ୍ଲା କିରେଇ ଗ୍ରାମର ବାବୁଲି ନାଏକ (୩୬) ।   ଲଜ ର ବୁକିଂ ରେଜିଷ୍ଟର ରୁ ଗତ ତା ୧୮/୧ ରାତି ୮ ଟା ୧୫ ମିନିଟ ରେ ଏହି ବ୍ୟକ୍ତି ଜଣକ ଲଜ୍ ର ୨୦୯ ନଂ କୋଠରୀରେ ରହିଥିବା ଉଲ୍ଲେଖ ରହିଛି। ନିୟମ ଅନୁସାରେ ଲଜ୍ ର କୋଠରୀ ଗୁଡ଼ିକ ପ୍ରତ୍ୟହ ସକାଳେ ସଫା କରିବା ପାଇଁ ସୁଇପର କୋଠରୀ କୁ ଯିବା କଥା ,ଏହା ବ୍ୟତୀତ ଦିନ ବେଳା ମଧ୍ୟାହ୍ନ ଭୋଜନ ଓ ରାତିରେ ଖାଇବ। ନେଇ ୱେଟର ଲଜ୍ ର ପ୍ରତ୍ୟେକ କୋଠରୀ କୁ ଯାଇଥାନ୍ତି। ତେବେ ଆଶ୍ଚର୍ୟ୍ୟର ବିଷୟ ଯେ ଏହି ଲଜ୍ ରେ ରହିବାର ଦୁଇଦିନ ବିତି ଯାଇଥିଲେ ସୁଦ୍ଧା କେହି ଜାଣିନାହାନ୍ତି ବ୍ୟକ୍ତି ଜଣକ ମୃତ ବୋଲି।
ଗତ ରାତିରେ ବେଲ୍ ମାରିବା ପରେ ରୁମ୍ ଟି ଭିତର ପଟୁ ଖୋଲି ନଥିଲା। ତେଣୁ ଲଜ୍ ର ଉକ୍ତ ରୁମ୍ ର କବାଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ ହେଲେ ଭିତର ପଟୁ କବାଟ ବନ୍ଦ ରହି ଭିତରୁ ଦୁର୍ଗନ୍ଧ ହେଉଥିବା ଜଣାପଡ଼ିଥିଲା। ତେଣୁ ସନ୍ଦେହ ରେ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ, ପୁଲିସ ଓ ତହସିଲଦାର ପହଞ୍ଚି ପ୍ରାଥମିକ ତଦନ୍ତ ସହ ପରିବାର କୁ ଖବର ଦେଇଥିଲେ।  ଆଜି ଶବଟିକୁ ପରିବାରଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇ ଦିଆଯାଇଥିଲା। କେଉଁ କାରଣରୁ ଘଟଣା ଘଟିଛି ତାହାର ପ୍ରଶାସନିକ ସ୍ତରରେ ଅଧିକ ରୁ ଅଧିକ ତଦନ୍ତ ଜାରି ରହିଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories