www.samajalive.in
Monday, December 8, 2025
13.1 C
Bhubaneswar

୩୦୦ ବୌଦ୍ଧଭିକ୍ଷୁଙ୍କୁ ଗୋପବନ୍ଧୁ ସେବାକେନ୍ଦ୍ର‌ରେ ସମ୍ବର୍ଦ୍ଧନା

କୁସୁପୁର: ବୌଦ୍ଧ ପୀଠ ପରିଦର୍ଶନରେ ଆସିଥିବା ବିଶ୍ୱର ୩୦୦ରୁ ଊର୍ଦ୍ଧ୍ବ ବୌଦ୍ଧ ଭିକ୍ଷୁ ରବିବାର ପୂର୍ବାହ୍ଣରେ ଲଳିତଗିରି ଗ୍ରାମରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରାର ନେତୃତ୍ୱ ନେଇଥିଲେ ପେଲ୍‍ ଦୃପିକା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଏଚ୍‍.ଏଚ୍‍ ଗୁଆଲୱାଙ୍ଗ୍‍ ଦୃପକ୍‍ ଏବଂ ବୌଦ୍ଧ ସଂରକ୍ଷଣ ସଭାର ମୁଖ୍ୟ ତଥା କେନ୍ଦ୍ର ସରକାରଙ୍କ ଅନୂସୁଚିତ ଜନଜାତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ରବି ଠାକୁର। ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ବୌଦ୍ଧ ଭିକ୍ଷୁମାନେ ଜନସାଧାରଣଙ୍କ ମଧ୍ୟରେ ପରିବେଶ ସୁରକ୍ଷା, ପୁରୁଷ ଓ ମହିଳା ମଧ୍ୟରେ ସମାନତା ଓ ସ୍ଥାୟୀ ବିକାଶର ସଚେତନତା ବାର୍ତ୍ତା ପ୍ରଚାର କରି ଥିଲେ।
ଏହି ଅବସରରେ ବୌଦ୍ଧ ଭିକ୍ଷୁଙ୍କୁ ଲଳିତଗିରି ‘ବୁଦ୍ଧାୟନ’ ପକ୍ଷରୁ ସଭାପତି ପ୍ରଦୀପ୍ତ କିଶୋର ଭୂୟାଁ, ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଏବଂ ରୁଦ୍ରନାରାୟଣ ସିଂହଙ୍କ ସମେତ ଗ୍ରାମବାସୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ‘ଇଂରାଜୀରେ ପ୍ରକାଶିତ ‘ଲଳିତଗିରି’ ଶୀର୍ଷକ ଏକ ସଚିତ୍ର ପୁସ୍ତିକା ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କେବିକେ ଜିଲାର ମୁଖ୍ୟ ପ୍ରଶାସକ ଏସ୍‍.ପି.ଠାକୁର୍‍ଙ୍କ ସମେତ ବୌଦ୍ଧ ଭିକ୍ଷୁଙ୍କ ମଧ୍ୟରୁ ହେଥୁକ୍‍ ସେରିନ୍‍ ପୁଚ୍‍ ଏବଂ ୱାଙ୍ଗ୍‍ ଚୋକ୍‍ନାମ ଗାଇଲ ପ୍ରମୁଖ ଉପସ୍ଥିତ ଥିଲେ। ପଦଯାତ୍ରା ଅବସରରେ ଲଳିତଗିରି ନିକଟସ୍ଥ ‘ଅଭିଯାନ’ ପରିସରରେ ବୌଦ୍ଧଭିକ୍ଷୁ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
‘ଅଭିଯାନ’ ପରିସରରେ ‘ସମାଜ’ ଅନୁଷ୍ଠାନ ଦ୍ୱାରା ସ୍ଥାପିତ ଗୋପବନ୍ଧୁ ସେବାକେନ୍ଦ୍ରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ‘ଅଭିଯାନ’ର ସମ୍ପାଦକ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିସଭାରେ ସଭାପତି ଅକ୍ଷୟ ମହାନ୍ତି, ଭାସ୍କର ଜେନା, ସବିତା ଜେନା, ଅଜୟ ଜେନା, ରାଜେନ୍ଦ୍ର ଜେନା, ବଟକୃଷ୍ଣ ଜେନା, ପୂର୍ବତନ ସରପଞ୍ଚ ବିଳାଶ ଚନ୍ଦ୍ର ବାରିକଙ୍କ ସମେତ ବହୁ ମହିଳା, ଯୁବକ, ସତ୍ୟସାଇ ବାଲବିକାଶର ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ। ଏହି ପଦଯାତ୍ରାରେ ଲଦାଖ, ନେପାଳ, ଭୁଟାନ, ତିବତ୍‍, ହଂକଂ, ଭିଏତ୍‍ନାମ୍‍, ସିଙ୍ଗାପୁର, ଅଷ୍ଟ୍ରେଲିଆ, ଆମେରିକା, ଜାପାନ୍‍ ଓ ଭାରତର ବିଭିନ୍ନ ରାଜ୍ୟର ବୌଦ୍ଧ ଭିକ୍ଷୁ ଅଂଶଗ୍ରହଣ କରିଥିଲେ। ପ୍ରାଚୀନ ମନୋରମ ବୌଦ୍ଧ ପୀଠରେ ବୌଦ୍ଧ ଭିକ୍ଷୁଙ୍କ ସମୂହ ପ୍ରାର୍ଥନା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଲଳିତ ଗିରି ପରିକ୍ରମା ସମ୍ପର୍ଣ୍ଣ କରି ବୌଦ୍ଧ ଭିକ୍ଷୁମାନେ ବସ୍‍ ଯୋଗେ ପାରାଦ୍ୱୀପ ପରିଦର୍ଶନରେ ଯାଇଥିଲେ। ସୋମବାର ସେମାନେ ଲଳିତଗିରି ଠାରୁ ପଦଯାତ୍ରାରେ ବୌଦ୍ଧ ପୀଠ ଉଦୟଗିରି ଓ ରତ୍ନଗିରି ଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ଥାନା ଭାରପ୍ରାପ୍ତ ଅଧିକାରୀ ଯୁଗଳ କିଶୋର ଦାସ ଏବଂ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରାମେଶ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories