www.samajalive.in
Tuesday, December 9, 2025
26.1 C
Bhubaneswar

ରାଫେଲ ଚୁକ୍ତି ପ୍ରସଙ୍ଗ: ପିଏସି ମୁଖ୍ୟଙ୍କୁ ବିରୋଧ

ନୂଆଦିଲ୍ଳୀ: ରାଫେଲ୍‍ ଚୁକ୍ତି ମାମଲାରେ କମ୍ପଟ୍ରୋଲର ଆଣ୍ଡ ଅଡିଟ୍‍ ଜେନେରାଲ୍‍(ସିଏଜି)ଓ ଆଟର୍ଣ୍ଣି ଜେନେରାଲ୍‍ଙ୍କୁ ପବ୍ଲିକ୍‍ ଆକାଉଣ୍ଟସ କମିଟି(ପିଏସି) ସମନ କରି ନପାରେ। ସମନ୍‍ ପାଇଁ ପିଏସି ଅଧ୍ୟକ୍ଷ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ମତ ରଖିଥିଲେ। କିନ୍ତୁ ତାଙ୍କ ମତକୁ ପିଏସିର ଅଧିକାଂଶ ସଭ୍ୟ ବିରୋଧ କରୁଥିବା ଜଣାପଡ଼ିଛି।
ରାଫେଲ୍‍ ଚୁକ୍ତିରେ ଦୁର୍ନୀତି ସମ୍ପର୍କିତ ମାମଲାର ଶୁଣାଣି ଅବସରରେ ସୁପ୍ରିମକୋର୍ଟ କହିଥିଲେ ଯେ କ୍ରୟ ମୂଲ୍ୟ ଓ ପ୍ରକ୍ରିୟା ସମ୍ପର୍କରେ ସିଏଜି ଯାଞ୍ଚ କରିବା ପରେ ପିଏସି ନିକଟରେ ଉପସ୍ଥାପନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ସୂଚନା ପରେ ପିଏସି ମୁଖ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପିଏସିକୁ ସେଭଳି କୌଣସି ରିପୋର୍ଟ ସିଏଜି ଦେଇନଥିବା ବେଳେ କେନ୍ଦ୍ର ସରକାର ଭୁଲ୍‍ ତଥ୍ୟ ଉପସ୍ଥାପନ କରି ସୁପ୍ରିମକୋର୍ଟଙ୍କୁ ବିଭ୍ରାନ୍ତି କରୁଥିବା କଂଗ୍ରେସ ଅଭିଯୋଗ ଆଣିଛି। ଏହି କାରଣରୁ ଖାର୍ଗେ ସିଏଜି ଓ ଆଟର୍ଣ୍ଣି ଜେନେରାଲ୍‍ଙ୍କୁ ନୋଟିସ ସପକ୍ଷରେ ମତ ଦେଇଥିଲେ। ଏଥିପାଇଁ ସେ ସିଏଜିର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କ ଅନୁରୋଧକୁ ସଦସ୍ୟମାନେ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ଏପରିକି ସିଏଜିର କଂଗ୍ରେସ ସଦସ୍ୟମାନେ ମଧ୍ୟ ଖାର୍ଗେଙ୍କ ମତକୁ ବିରୋଧ କରୁଛନ୍ତି। ଏ ସମ୍ପର୍କରେ ବିଜେଡି ସଦସ୍ୟ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ପିଏସି ଅଧ୍ୟକ୍ଷ ଭାବେ ଖାର୍ଗେ ବ୍ୟକ୍ତିଗତ ଭାବେ ସିଏଜି ଓ ଆଟର୍ଣ୍ଣି ଜେନେରାଲଙ୍କୁ ସମନ କରିପାରନ୍ତି। କିନ୍ତୁ ଚଳିତ ବର୍ଷ ଏଜେଣ୍ଡାରେ ନଥିବାରୁ ପ୍ୟାନେଲ୍‍ ସାମ୍ନାରେ ହାଜର ପାଇଁ ସମନ ଜାରି କରାଯାଇପାରିବ ନାହିଁ। ସେହିପରି ଟିଡିପି ସାଂସଦ ମଧ୍ୟ ଖାର୍ଗେଙ୍କ ମତକୁ ବିରୋଧ କରି କହିଛନ୍ତି ଯେ ପିଏସିରେ ହାଜର ପାଇଁ ସମନ କରିବା ପୂର୍ବରୁ ପ୍ରଥମେ ରିପୋର୍ଟ ସଂସଦରେ ଉପସ୍ଥାପନ କରିବାକୁ ପଡ଼ିବ। ବିଜେପି ସଦସ୍ୟମାନେ ଖାର୍ଗେଙ୍କ ମତକୁ ବିରୋଧ କରି କହିଛନ୍ତି ଯେ ସିଏଜି ଓ ଏଜିଙ୍କ ସମନ୍‍ କଲେ ସୁପ୍ରିମକୋର୍ଟଙ୍କ ଅବମାନନା ହେବ। ୨୨ ସଦସ୍ୟ ବିଶିଷ୍ଟ ପିଏସିରେ ଶାସକ ବିଜେପିର ସର୍ବାଧିକ ୧୨ ଜଣ ସାଂସଦ ଥିବା ବେଳେ କଂଗ୍ରେସର ୩ ଜଣ, ଟିଏମ୍‍ସିର ଦୁଇ ଜଣ ଏବଂ ବିଜେଡି, ଏଆଇଏଡିଏମ୍‍କେ, ଟିଡିପି, ଶିବସେନା ଓ ଶିରୋମଣି ଅକାଳୀ ଦଳର ଜଣେ ଲେଖାଏଁ ସାଂସଦ ଅଛନ୍ତି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories