www.samajalive.in
Monday, December 8, 2025
27.1 C
Bhubaneswar

ମୋଦୀ ଶାସନର ୨ୟ ଅଧ୍ୟାୟ

ବିପୁଳ ଭୋଟ ପାଇ କ୍ରମାଗତ କ୍ଷମତାକୁ ଫେରିବା ଓ ନୂଆ ସରକାରରେ କାହାକୁ ନିଆଯିବ ତାହା ଦୁଇଟି ସଂପୂର୍ଣ୍ଣ ଅଲଗା କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପୁଳ ଜନାଦେଶ ପାଇ କ୍ଷମତାକୁ ଫେରିବାପରେ ଗୁରୁବାର ତାଙ୍କ ନେତୃତ୍ବରେ କେନ୍ଦ୍ରରେ ଯେଉଁ ଏନ୍‌ଡିଏ ସରକାର ଗଠିତ ହୋଇଛି ତାହା ମୋଟାମୋଟି ବିଦାୟୀ କ୍ୟାବିନେଟର ଏକ ସଂପ୍ରସାରିତ ଓ ପରିବର୍ଦ୍ଧିତ ସଂସ୍କରଣ ମାତ୍ର। ସୁଷମା ସ୍ବରାଜ ଓ ଅରୁଣ ଜେଟଲୀଙ୍କ ଭଳି ପୁରୁଖା ସହଯୋଗୀ ଏଥର ସ୍ବାସ୍ଥ୍ୟଗତ କାରଣରୁ ବାଦ ପଡ଼ିଥିବାବେଳେ ଅଧିକାଂଶ ପ୍ରମୁଖ ଓ ଅଭିଜ୍ଞଙ୍କୁ ପୁନର୍ବାର ମନ୍ତ୍ରି ପରିଷଦରେ ସ୍ଥାନ ମିଳିଛି। ବିଜେପି ଏଥର ଏକାକୀ ସଂଖ୍ୟାଗରିଷ୍ଠତା ଲାଭ କରିଥିଲେ ମଧ୍ୟ ସହଯୋଗୀ ଦଳଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛି। ତେବେ ଜେଡିୟୁର ଆଡ଼ରୁଷା ସାମୟିକ ମନେହୁଏ। ମୋଦୀଙ୍କ ପରମ ବିଶ୍ବସ୍ତ ଦଳ ସଭାପତି ଅମିତ ଶାହା ସରକାରରେ ସାମିଲ ହୋଇଛନ୍ତି ଓ କେତେକ ନୂତନ ତଥା ସୁଯୋଗ୍ୟ ବୃତ୍ତିଧାରୀଙ୍କୁ ମନ୍ତ୍ରୀ କରାଯାଇଛି। ଯେଉଁମାନେ ମନ୍ତ୍ରୀ ପଦରୁ ବାଦ ପଡ଼ିଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କ ପ୍ରଦର୍ଶନ ନେଇ ପ୍ରଧାନମନ୍ତ୍ରୀ ଯେ ସନ୍ତୁଷ୍ଟ ନ ଥିଲେ ତାହା ସ୍ପଷ୍ଟ। ଏହାଛଡ଼ା ସାଂଗଠନିକ, ଆଞ୍ଚଳିକ, ରାଜନୈତିକ ଓ ଅନ୍ୟାନ୍ୟ ଆବଶ୍ୟକତାକୁ ବିଚାରକୁ ନେଇ ନୂଆ ମନ୍ତ୍ରିମଣ୍ଡଳରେ ନୂତନ ନେତାଙ୍କୁ ସୁଯୋଗ ମିଳିଛି। ଏଥିରେ ବିଜେପିର ଅନୁଗତ ଓ ସମର୍ପିତ ନେତାମାନଙ୍କୁ ପୁରସ୍କୃତ କରାଯାଇଛି।
ମୋଦୀ କାମରେ ବିଶ୍ବାସ କରନ୍ତି ଏବଂ ଯୁବ ତଥା ପରିଶ୍ରମୀ ନେତାଙ୍କୁ ମନ୍ତ୍ରୀ ପଦ ଦେବାରେ ଅଗ୍ରାଧିକାର ଦିଅନ୍ତି। ବିଜେପି ଓ ଏନ୍‌ଡିଏରେ ଏଭଳି ପ୍ରତିଭାଙ୍କର ଅଭାବ ନାହିଁ। ତେଣୁ ସେ ସବୁକଥାକୁ ବିଚାରକୁ ନେଇ ସରକାର ଗଠନ କରିଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ବିଜେପି ଭଲ କରିଥିବାରୁ ଏହି ଦୁଇ ରାଜ୍ୟରୁ ଅଧିକ ମନ୍ତ୍ରୀ ହେବେ ବୋଲି ଯାହା କୁହାଯାଉଥିଲା ତାହା ହୋଇନାହିଁ। ଗୋଟିଏ ରାଜ୍ୟର ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅନୁପାତରେ ମନ୍ତ୍ରୀ ପଦ ମିଳିବାର କୌଣସି ଯଥାର୍ଥତା ନାହିଁ। ମନ୍ତ୍ରୀ ପଦ ପାଇଁ ଆହୁରି ଅନେକ ବିଚାର ଓ କାରଣ ରହିଛି। ହୁଏତ ପରବର୍ତ୍ତୀ ସଂପ୍ରସାରଣ ବା ଅଦଳବଦଳରେ ପ୍ରଧାନମନ୍ତ୍ରୀ ଆଉ କିଛି ନେତାଙ୍କୁ ସୁଯୋଗ ଦେଇପାରନ୍ତି। ଏବେ ତାଙ୍କ ପାଇଁ ସବୁଠୁ ବଡ଼କଥା ହେଲା ତାଙ୍କ ପ୍ରଥମ ସରକାରର ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ଏବଂ ଚାଲିଥିବା ବିଭିନ୍ନ ମହଦାକାଙ୍‌କ୍ଷୀ, ଜନକଲ୍ୟାଣକାରୀ ଓ ବିକାଶମୂଳକ କାର୍ଯ୍ୟକ୍ରମ ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories