www.samajalive.in
Monday, December 8, 2025
14.1 C
Bhubaneswar

ବିମାନବନ୍ଦରରେ ସହିଦ୍‍ ବ୍ରଜମୋହନଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ସହିଦ୍‍ ବ୍ରଜମୋହନ ବେହେରାଙ୍କ ପାର୍ଥିବ ଶରୀର ରବିବାର ଭୁବନେଶ୍ୱର ବିମାନ ବନ୍ଦରେ ପହଞ୍ଚିଛି। ବିମାନ ବନ୍ଦରରେ ସହିଦଙ୍କ ମର ଶରୀର ପହଞ୍ଚିବା ପରେ ସିଆରପିଏଫ୍‍ ପକ୍ଷରୁ ତାଙ୍କୁ ଗାର୍ଡଅଫ ଅନର ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା,
ଭୁବନେଶ୍ୱର ମେୟର ଅନନ୍ତନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେହିପରି ସିଆରପିଏଫ ଆଇଜି ଭିତୁଲ କୁମାର,ଡିଆଇଜି ଗୋପାଳଲାଲ ମୀନା,ଏସ.କେ.ଟିଗା,ରାମଚରିତ୍ର ,ବାସୁଦେବ ୱକିଲ ଏବଂ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ମଧ୍ୟ ସହିଦ ବ୍ରଜମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବ୍ରଜମୋହନଙ୍କ ପତ୍ନୀ,ଝିଅ,ପୁଅ, ଭାଇ ଓ ଶ୍ୱଶୁରଙ୍କ ସମେତ ବନ୍ଧୁବର୍ଗ ଉପସ୍ଥିତ ଥିଲେ।
ଏହାପରେ ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି ଅଭିମୁଖେ ନିଆଯାଇଥିଲା। ସିଆରପିଏଫ ୧୬୮ ବାଟାଲିୟନରେ ଡ୍ରାଇଭର ଭାବେ ବ୍ରଜମୋହନ କାର୍ଯ୍ୟରତ ଥିଲେ। ଶନିବାର କିଛି ଯବାନଙ୍କ ସହ ଆଣ୍ଟି ଲ୍ୟାଣ୍ଡମାଇନ ଭେଇକିଲରେ ସେ ଏକ ଅପରେସନରେ ଯାଉଥିଲେ। ସେହି ସମୟରେ ମୁରଡାଣ୍ଡା ସିଆରପିଏଫ କ୍ୟାମ୍ପଠାରୁ ମାତ୍ର ଗୋଟିଏ କିଲୋମିଟର ଦୂର ଟିମାପୁର ରାସ୍ତାରେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଟାଡ଼ିଟି ସମ୍ପୂର୍ଣ୍ଣ ଚୂର୍‍ମାର ହୋଇଯାଇଥିଲା। ବ୍ରଜମୋହନଙ୍କ ସହ ଅନ୍ୟ ୪ ଯବାନ ସହିଦ ହୋଇଯାଇଥିଲେ। ଆଇଇଡି ବିସ୍ଫୋରଣରେ ଅନ୍ୟ ଦୁଇ ଯବାନ ଗୁରୁତର ହୋଇଥିଲେ। ସେମାନଙ୍କୁ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories