www.samajalive.in
Saturday, December 6, 2025
26.1 C
Bhubaneswar

ବିବାହ ବନ୍ଧନରେ ଇଶା-ଆନନ୍ଦ

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଓ ନୀତା ଅମ୍ବାନୀଙ୍କ ଝିଅ ଇଶାଙ୍କ ବିବାହ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପିରାମଲ ଶିଳ୍ପ ଗୋଷ୍ଠୀର ଆନନ୍ଦ ପିରାମଲଙ୍କ ସହିତ ଇଶା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପିରାମଲ ପରିବାର ବିଳମ୍ବିତ ସନ୍ଧ୍ୟାରେ ବରଯାତ୍ରୀ ସହିତ ପହଞ୍ଚିବା ପରେ ମୁମ୍ବଇସ୍ଥିତ ମୁକେଶଙ୍କ ନିଜସ୍ବ ବାସଭବନ ଆଣ୍ଟିଲିଆରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି। ରାଜସ୍ଥାନର ଉଦୟପୁରଠାରେ ପ୍ରାକ୍‌ବିବାହ ଓ ସଙ୍ଗୀତ ଉତ୍ସବ ଭଳି ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ ସମେତ କ୍ରୀଡ଼ା, ରାଜନୀତି ଓ ସାମାଜିକ କ୍ଷେତ୍ରର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଉତ୍ସବରେ ଯୋଗ ଦେଇଥିଲେ। ଅତିଥିଙ୍କ ସଂଖ୍ୟା ପ୍ରାୟ ୬୦୦ ଥିବା ଜଣାପଡ଼ିଛି। ବଲିଉଡ ତାରକାଙ୍କ ନୃତ୍ୟରେ ବିବାହ ମଣ୍ଡପ ମୁଖରିତ ହୋଇଉଠିଥିଲା। ଇଶା ରଙ୍ଗିନ ଛିଟ ଥିବା ରୁପେଲୀ ରଙ୍ଗର ଲେହଙ୍ଗାରେ ଉଜ୍ଜଳ ଦିଶୁଥିବାବେଳେ ଆନନ୍ଦ ମଧ୍ୟ ଧଳା ଶେରୱାନୀରେ ଚମକୁଥିଲେ। ଆସନ୍ତା ୧୪ ଓ ୧୫ତାରିଖରେ ଜିଓ ଗାର୍ଡନ୍‌ଠାରେ ଦୁଇଟି ଭୋଜି କାର୍ଯ୍ୟକ୍ରମ ରହିଛି। ପ୍ରଥମ ଭୋଜି ଅମ୍ବାନୀ ଓ ପିରାମଲ ପରିବାର ପାଇଁ ଉଦ୍ଦିଷ୍ଟ ଥିଲାବେଳେ ଦ୍ବିତୀୟଟି ରିଲାଏନ୍ସ ଶିଳ୍ପଗୋଷ୍ଠୀର କର୍ମଚାରୀମାନଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories