www.samajalive.in
Wednesday, December 10, 2025
18.1 C
Bhubaneswar

ପୁରୀ-ସୁରଟ ଏକ୍ସପ୍ରେସରେ ନିଆଁ

ସାକ୍ଷିଗୋପାଳ: ପୁରୀରୁ ସୁରଟ ଅଭିମୁଖେ ଯାଉଥିବା ସୁପରଫାଷ୍ଟ ଟ୍ରେନ୍‍ ଚକରେ ରବିବାର ରାତିରେ ନିଆଁ ଲାଗିଯାଇଥିଲା। ଖବରପାଇ ରେଳ କର୍ତ୍ତୃପକ୍ଷ ନିଆଁକୁ ଆୟତ୍ତ କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ଟ୍ରେନ୍‍ଟି ସାକ୍ଷିଗୋପାଳ ଷ୍ଟେସନରେ ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ଅଟକି ରହିଥିଲା। ତେବେ ଏଥିରେ କାହାରି କୌଣସି କ୍ଷତି ହୋଇନାହିଁ। ଖବର ନେବାରେ ଜଣାପଡ଼ିଛି ଯେ ଉକ୍ତ ଟ୍ରେନ୍‍ଟି ପୁରୀ ଛାଡ଼ିବା ପରେ ଏହାର ଏକ ବଗିର ଚକରୁ ଧୂଆଁ ବାହାରିଥିଲା। ଜାନକାଦେଈପୁର ରେଳଫାଟକ ଓ ମୂଳଅଳସା ଗେଟ୍‍ କିପର୍‍ ଏହା ଦେଖିବା ପରେ ଉଭୟ ସାକ୍ଷିଗୋପାଳ ଓ ପୁରୀ ଷ୍ଟେସନ୍‍ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଟ୍ରେନ୍‍ଟି ସାକ୍ଷିଗୋପାଳରେ ପହଞ୍ଚିବା ବେଳକୁ ଚକର ୨ଟି ସ୍ଥାନରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହାଦେଖି ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନ୍‍ରୁ ଓହ୍ଲାଇ ପଡ଼ିଥିଲେ। ଖବରପାଇ ସାକ୍ଷିଗୋପାଳରୁ ୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ଆଗ୍ନିକମାନେ କ୍ଷତିଗ୍ରସ୍ତ ବଗିକୁ ଯାଞ୍ଚ୍‍ କରିଥିଲେ। ତେବେ ଡିସ୍‍ବ୍ରେକ୍‍ଟି ଜାମ୍‍ ହୋଇଯିବାରୁ ଚକରେ ଘଷି ହୋଇ ନିଆଁ ବାହାରିଥିଲା ବୋଲି ବିଭାଗର ଜନୈକ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ଖୋର୍ଦ୍ଧାରୋଡ଼ କର୍ତ୍ତୃପକ୍ଷ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‍କୁ ପୁନଃ ଯାଞ୍ଚ୍‍ କରିବା ପରେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ଆଜି ଏଭଳି ଏକ ଦୁର୍ଘଟଣା ଘଟିବା ସହିତ ଏକ ବଡ଼ଧରଣର ବିପଦକୁ ଏଡ଼ାଇ ଦିଆଯାଇ ପାରିଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।
ଏହି ଘଟଣା ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି। ସାକ୍ଷିଗୋପାଳ ଷ୍ଟେସନ୍‍ରେ ୧ଘଣ୍ଟା ୪୫ ମିନିଟ୍‍ ଅଟକି ରହିବା ପରେ ଟ୍ରେନ୍‍ଟି ରାତି ପ୍ରାୟ ୯.୪୫ରେ ଖୋର୍ଦ୍ଧା ଅଭିମୁଖେ ଛାଡ଼ିଥିଲା।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories