ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଣି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବିମାନ ଉଡ଼ାଣ କଟକଣା ବଢ଼ାଇ ଦିଆଯାଇଛି। ଭାରତକୁ ଓ ଭାରତରୁ ବାଣିଜ୍ୟିକ ବିମାନ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଇଛି। ତେବେ ଆନ୍ତର୍ଜାତିକ କାର୍ଗୋ ବିମାନ ଉଡ଼ାଣ ଉପରେ କୌଣସି ପ୍ରଦିବନ୍ଧକ ନାହିଁ। ସ୍ବତନ୍ତ୍ର ଭାବେ ଅନ୍ତର୍ଜାତିୟ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିବ। କରୋନର ତୃତୀୟ ଲହରକୁ ଆଶଙ୍କାରେ କେନ୍ଦ୍ର ସରକାର ଆନ୍ତର୍ଜାତିକ ବାଣିଜ୍ୟିକ ବିମାନ ଉଡ଼ାଣ ଉପରେ ଲାଗୁ କରାଯାଇଥିବା କଟକଣା ଅବଧିକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଆନ୍ତର୍ଜାତିକ ବିମାନ ଉଡ଼ାଣ ଉପରେ ଏହି କଟକଣା ଏବେ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖନୀୟ ଯେ, ଡିଜିସିଏ ଭାରତରୁ ଓ ଭାରତ ପାଇଁ ଆନ୍ତର୍ଜାତିକ ବିମାନ ଉଡ଼ାଣକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବାତିଲ କରିଦେଇଥିଲା। କିନ୍ତୁ କରୋନା ସଂକ୍ରମଣକୁ ଦେଖି ଏବେ ଏହାକୁ ଆଉ ୧ ମାସ ପାଇଁ ବଢାଇ ୩୦ ସେପ୍ଟେମ୍ବର କରି ଦିଆଯାଇଛି। ଏହି ନିୟମ ଇଣ୍ଟରନ୍ୟାସନାଲ କାର୍ଗୋ ଫ୍ଲାଇଟ ଉପରେ ଲାଗୁ ହେବନାହିଁ। ଏହାଛଡା ଯଦି କୌଣସି ବିମାନକୁ ଡିଜିସିଏ ପକ୍ଷରୁ ଉଡ଼ାଣ ପାଇଁ ସ୍ବତନ୍ତ୍ର ମଞ୍ଜୁରୀ ମିଳିଥାଏ ତେବେ ସେହିକ୍ଷେତ୍ରରେ ଏହି ନିୟମ ଲାଗୁ ହେବନାହିଁ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।



