www.samajalive.in
Monday, December 8, 2025
14.1 C
Bhubaneswar

ଦିଲ୍ଲୀରେ ୪୦୦ ପେଟ୍ରୋଲ୍‍ ପମ୍ପ ବନ୍ଦ

ନୂଆଦିଲ୍ଳୀ: ଆଜି ରାଜଧାନୀ ଦିଲ୍ଲୀର ପ୍ରାୟ ୪୦୦ ପେଟ୍ରୋଲ୍‍ ପମ୍ପ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ। ପେଟ୍ରୋଲ୍‍ ଓ ଡିଜେଲ୍‍ ଉପରୁ ଦିଲ୍ଲୀ ସରକାର ଭାଟ୍‍ ହ୍ରାସ କରୁନଥିବା ଅଭିଯୋଗରେ ଦିଲ୍ଲୀ ପେଟ୍ରୋଲ୍‍ ବିକ୍ରେତା ସଂଘର ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଅପରପକ୍ଷରେ ଏହା ପଛରେ ବିଜେପିର ଚାଲ୍‍ ରହିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍‍ କହିଛନ୍ତି।
ଅପରପକ୍ଷରେ ସଂଘର ସଭାପତି ନିଶ୍ଚଲ୍‍ ସିଂଘାନିଆ କହିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ୍‍ ଓ ଡିଜେଲ୍‍ ଉପରୁ ଉତ୍ପାଦନ ଶୁଳ୍କ ୧.୫୦ ଟଙ୍କା ହ୍ରାସ କରିବା ପରେ ରାଜ୍ୟମାନେ ମଧ୍ୟ ଭାଟ୍‍ ହ୍ରାସ କରନ୍ତୁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ଅନୁରୋଧ କରିଥିଲେ। ବିଜେପି ଶାସିତ ରାଜ୍ୟଗୁଡ଼ିକ ଭାଟ୍‍ ହ୍ରାସ କରିଥିଲେ ମଧ୍ୟ ଦିଲ୍ଲୀ ସରକାର ଭାଟ ହ୍ରାସ କରିନାହାନ୍ତି। ଭାଟ ହ୍ରାସ ଯୋଗୁଁ ପଡ଼ୋଶୀ ଉତ୍ତରପ୍ରଦେଶ ଓ ହରିଆଣାରେ ଅପେକ୍ଷାକୃତ ଶସ୍ତାରେ ମିଳୁଥିବାରୁ ଲୋକମାନେ ସେହି ସବୁ ରାଜ୍ୟରୁ ପେଟ୍ରୋଲ୍‍ ଓ ଡିଜେଲ୍‍ କିଣି ଆଣୁଛନ୍ତି। ଏହାଫଳରେ ଦିଲ୍ଳୀରେ ଅକ୍ଟୋବର୧୫ ତାରିଖ ସୁଦ୍ଧା ପେଟ୍ରୋଲ୍‍ ବିକ୍ରି ୨୦% ଓ ଡିଜେଲ୍‍ ବିକ୍ରି ୩୦% ହ୍ରାସ ପାଇଛି। ରାଜ୍ୟ ସକାର ଯଥାଶୀଘ୍ର ଭାଟ ହ୍ରାସ ନ କଲେ ଡିଜେଲ୍‍ ଓ ପଟ୍ରୋଲ୍‍ ବିକ୍ରି ଆହୁରି ହ୍ରାସ ପାଇବ ବୋଲି ସଂଘ ଆଶଙ୍କା କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories