www.samajalive.in
Tuesday, December 9, 2025
17.1 C
Bhubaneswar

କଳାପଥର ଗ୍ରାମ୍ୟ-ମାର୍କେଟ ରାସ୍ତା ଶୋଚନୀୟ

କଳାପଥର(ବାଙ୍କୀ) : ବାଙ୍କୀ ବ୍ଳକ କଳାପଥର ଗ୍ରାମ୍ୟ -ମୁଖ୍ୟ ମାର୍କେଟ ଦୁର୍ଗାବଜାରକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି। ଏହି ରାସ୍ତା ଦେଇ ଦୈନିକ ଶତାଧିକ ଜନସାଧାରଣଙ୍କ ସମେତ ସ୍କୁଲ ଛାତ୍ର /ଛାତ୍ରୀ ଯିବା ଆସିବା କରୁଥିବା ବେଳେ ରାସ୍ତାର ଶୋଚନୀୟ ଅବସ୍ଥା ଯାତାୟତରେ ସମସ୍ୟା ସୃଷ୍ଟି କରୁଛି। ଏଥିନେଇ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ୱାଡ ମେମ୍ବରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ। କାନାରା ବ୍ୟାଙ୍କ ଜମାକାରୀ, କଳାପଥର ଗ୍ରାମର ସ୍ରଦ୍ଧାଳୁ ପ୍ରସିଦ୍ଧ ଶୈବପିଠ କପିଳେଶ୍ୱର ମନ୍ଦିର ଏବଂ କଳାପଥର-ଧଳାପଥର ମହାବିଦ୍ୟାଳୟ, କଳାପଥର -ଧଳାପଥର ଉଚ୍ଚ ବିଦ୍ୟାଳୟ ଛାତ୍ର /ଛାତ୍ରୀ ଏହି ରାସ୍ତା ଦେଇ ସ୍କୁଲକୁ ଯାଇଥାନ୍ତି। ପଶ୍ଚିମ ବାଙ୍କିର ବ୍ୟବସାୟିକ ପେଣ୍ଠସ୍ଥଳି କଳାପଥର ବଜାରକୁ ଉକ୍ତ ଗ୍ରାମର ଶତାଧିକ ଲୋକ ଆଣ୍ଠୁଏ କାଦୁଅରେ ଯାତାୟତ କରୁଛନ୍ତି। ମାତ୍ର ଉକ୍ତ ଗ୍ରାମ୍ୟ ରାସ୍ତାଟି ଏବେ ପାଣି କାଦୁଅରେ ଭର୍ତ୍ତି ହୋଇଛି। ଛାତ୍ର ଛାତ୍ରୀ ଏହି ରାସ୍ତା ବାଟ ଦେଇ ସ୍କୁଲକୁ ଯିବା ଆସିବା କରିବାରେ ଘୋର ଅସୁବିଧା ସୃଷ୍ଟି ହେଉଛି। ଗ୍ରାମବାସୀଙ୍କ ଅଭିଯୋଗ ହେଲା ପଞ୍ଚାୟତ ଅନ୍ତର୍ଗତ ପାଞ୍ଚ ପାଟଣା ଧରି ବାରି ପଟ ଏବଂ ଦାଣ୍ଡ ସିମେଣ୍ଟ କଂକ୍ରୀଟ ହୋଇଥିବା ବେଳେ କଳାପଥର ଗାଁକୁ ମୁଖ୍ୟ ରାସ୍ତା ପ୍ରତି ଆନ୍ତରିକତା ଅଭାବ ସହ ରାଜନୈତିକ କୁଟନୀତି ଯୋଗୁଁ ସର୍ବନିମ୍ନ ମୈାଳିକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି। ଉକ୍ତ ରାସ୍ତା ଉପରେ ବିଶେଷ କରି ଆଡୁଆସାହିର ଶତାଧିକ ଲୋକ ନିର୍ଭର କରୁଥିବା ବେଳେ ସେହି ସାହିଟି କଂଗ୍ରେଶ ସମର୍ଥିତ ହୋଇଥିବାରୁ ବିଧାୟକଙ୍କ ଠାରୁ ପୂର୍ବତନ ସରପଞ୍ଚ ଏବଂ ଚଳିତ ସରପଞ୍ଚଙ୍କ ଦୃଷ୍ଟି ପଡୁନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି। ଦୁର୍ଗା ବଜାରକୁ ଲାଗିକରି ପ୍ରାୟ ୧୦୦ ମିଟର ରାସ୍ତା ଉପରେ ପାଣି ଜମି ରହୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତରେ ବର୍ଷାପାଣି ନିଷ୍କାସନ ପାଇଁ କୈାଣସି ସୁବିଧା ନଥିବାରୁ ଏଭଳି ସମସ୍ୟା ଉପୁଜୁଛି। ଏ ସଂମ୍ପର୍କରେ କଳାପଥର ପଞ୍ଚାୟତ ପି ଇ ଓ ଅଧିକାରି ପୁର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେହେଁ ସମ୍ଭବ ହୋଇନଥିଲା। ଏଥିନେଇ ସରପଞ୍ଚ ଝରିଆ ବେହେରାଙ୍କୁ ପଚାରିବାରେ ସେ କହିଲେ ସିମେଣ୍ଟ କଂକ୍ରୀଟ ପାଇଁ ପ୍ରୋଜେକ୍ଟ ଦିଆଯାଇଛି ପାସ୍‍ ହୋଇ ଆସିଲେ ଯଥାଶିଘ୍ର କାମହେବ ବୋଲି କହିଥିଲେ। ପ୍ରଶାସନ ସମେତ ସ୍ଥାନୀୟ ବିଧାୟକ ଏଥିପ୍ରତି ଦୃଷ୍ଟି ଦେଇ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ସାଧାରଣରେ ଦାବୀ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories