www.samajalive.in
Sunday, December 7, 2025
16.1 C
Bhubaneswar

ଇଚ୍ଛୁକ ଅନୁଷ୍କା

ମୁମ୍ବଇ : ବାହୁବଳୀର ଦେବସେନା ଚରିତ୍ରରେ ଅବତୀର୍ଣ୍ଣ ହୋଇ ବଲିଉଡରେ ମଧ୍ୟ ନିଜ ପରିଚୟକୁ ଦୃଢ଼ କରାଇଥିଲେ ଦକ୍ଷିଣଜଗତର ଅଭିନେତ୍ରୀ ଅନୁଷ୍କା ସେଟ୍ଟି। ୩୭ ବର୍ଷୀୟା ଅନୁଷ୍କା କେବେ ବିବାହ କରିବେ ବୋଲି ସମସ୍ତଙ୍କର ପ୍ରଶ୍ନ। ନିକଟରେ ନିଜ ଜନ୍ମଦିନକୁ ଖୁବ୍ ଜାକଜମକରେ ପାଳିଥିବା ଅନୁଷ୍କା ବିବାହ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ବାହୁବଳୀ ପ୍ରଭାସଙ୍କ ତାଙ୍କ ଘନିଷ୍ଠତାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି ସେ। ଅନ୍ୟପାଖେ ତାଙ୍କ ମା’ ଝିଅର ବିବାହ ପାଇଁ ସବୁଠୁ ଅଧିକ ବ୍ୟତିବ୍ୟସ୍ତ ବୋଲି କହିଛନ୍ତି ଅନୁଷ୍କା। ମା’ଙ୍କୁ ମଧ୍ୟ ସେ ବୁଝାଇଛନ୍ତି, ଯଥା ସମୟରେ ତାଙ୍କ ବିବାହ ହେବ। ଏଣୁ ଏଥିପାଇଁ ଏତେଟା ବ୍ୟଗ୍ର ହେବା ଅନୁଚିତ। ସେ ଯେତେବେଳେ ୨୧ ବର୍ଷ ବୟସର ହୋଇଥିଲେ, ତାଙ୍କର ପ୍ରଥମ ବିବାହ ପ୍ରସ୍ତାବ ଆସିଥିଲା। ସେସମୟରେ ତାଙ୍କ ବାପା ଏଇ ପ୍ରସ୍ତାବ ପାଇଁ ରାଜି ହୋଇନଥିଲେ। ବାପାଙ୍କର ଗେହ୍ଲୀ ଝିଅ ହେଲେ ଅନୁଷ୍କା। ବାପାଙ୍କ ଆଖିରେ ସେ ଏବେ ବି କୁନିଝିଅ ବୋଲି କଥା ପ୍ରସଙ୍ଗରେ କହିଛନ୍ତି ଏଇ ଦକ୍ଷିଣଜଗତର ସୁପରହିଟ୍ ଅଭିନେତ୍ରୀ। ଅନୁଷ୍କାଙ୍କର ଘନିଷ୍ଠ ବାନ୍ଧବୀଙ୍କ ଗଣମାଧ୍ୟମକୁ କହିଛନ୍ତି, ପ୍ରଭାସଙ୍କ ସହ ହିଁ ଅନୁଷ୍କା ବିବାହ ବନ୍ଧନରେ ବାନ୍ଧି ହେବେ। ଦୁହେଁ କାହିଁକି ଏଇ ସମ୍ପର୍କକୁ ଲୁଚାଉଛନ୍ତି, ତାହା ସମସ୍ତଙ୍କୁ ଅଜ୍ଞାତ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories