www.samajalive.in
Monday, December 8, 2025
20.1 C
Bhubaneswar

ଆହିକାଙ୍କୁ ରୌପ୍ୟ; ଆନ୍ଥୋନି-ସାନିଲଙ୍କୁ ବ୍ରୋଞ୍ଜ

ବ୍ରସେଲ୍‍ସ: ଭାରତର ଆହିକା ମୁଖାର୍ଜୀ ଏଠାରେ ଚାଲିଥିବା ୨୧ ବର୍ଷରୁ କମ ବେଲଜିୟମ ଓପନ ଟେବୁଲ ଟେନିସର ମହିଳା ସିଙ୍ଗଲ୍‍ସରେ ରନର୍ସଅପ୍‍ ହୋଇ ରୌପ୍ୟପଦକ ଜିତିଥିବାବେଳେ ପୁରୁଷ ଡବଲ୍‍ସରେ ଭାରତୀୟ ଯୋଡି ଆନ୍ଥୋନି ଅମଲରାଜ ଓ ସାନିଲ ସେଟ୍ଟିଙ୍କୁ ବ୍ରୋଞ୍ଜପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଶନିବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସ ଫାଇନାଲରେ ଦକ୍ଷିଣ କୋରିଆର ୟୁଜିନ୍‍ କିମ୍‍ ୧୧-୩, ୧୧-୭, ୧୧-୮ ଗେମରେ ଆହିକାଙ୍କୁ ପରାସ୍ତ କରିଛନ୍ତି। ଫାଇନାଲକୁ ଉନ୍ନୀତ ହେବାପଥରେ ଆହିକା କ୍ୱାର୍ଟର ଫାଇନାଲରେ ଜାପାନର ସାତ୍‍ସୁକି ଓଡୋଙ୍କୁ ଓ ସେମିରେ ହଂକଂର ଚେଙ୍ଗ୍‍ଝୁ ଝୁଙ୍କୁ ପରାସ୍ତ କରିଥିଲେ। ଅପରପକ୍ଷରେ ପୁରୁଷ ଡବଲ୍‍ସ ସେମିଫାଇନାଲରେ ଅମଲରାଜ-ସାନିଲ ୬-୧୧, ୮-୧୧, ୭-୧୧ ଗେମରେ କୋରିଆ ଯୋଡି ସିଉଙ୍ଗ୍‍ମିନ୍‍ ଛୋ ଓ ଜାଇହ୍ୟୁନ୍‍ ଆନ୍‍ଙ୍କଠାରୁ ପରାସ୍ତ ହୋଇ ବ୍ରୋଞ୍ଜପଦକ ହାସଲ କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories