www.samajalive.in
Monday, December 8, 2025
17.1 C
Bhubaneswar

ଗବକୁଣ୍ଡ କଟ୍ ବନ୍ଧ ଢଳେଇ ରାସ୍ତା ଫାଟି ଦୁଇଫାଳ

ସୁଆଣ୍ଡୋ: ବଳଙ୍ଗା ଠାରୁ ପୁରୀକୁ ସଂଯୋଗ କରିବା ପାଇଁ ପୁରୀ ଜିଲାର ଗବକୁଣ୍ଡ କଟ୍ ବନ୍ଧରେ ନିର୍ମାଣାଧୀନ ଢଳେଇ ରାସ୍ତା ଜମାରସୁଆଁ ଠାରେ ଫାଟି ଦୁଇଫାଳ ହୋଇଯାଇଛି । କଟ୍ ବନ୍ଧର ପ୍ରାୟ ତିନିଶହ ଫୁଟ ଲମ୍ବର ମାଟି ସହ ପଥର ପ୍ୟାକିଙ୍ଗ ନଦୀ ଗର୍ଭକୁ ଖସିଛି। ବନ୍ଧର ଅପରପାର୍ଶ୍ୱ ମାଟି ମଧ୍ୟ ଧସି ଚାଲିଛି । ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।


ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଦୁଇବର୍ଷ ତଳେ ଏହି ସ୍ଥାନରେ ମାଟି ଧସିଥିଲା । ସେତେବେଳେ ଜଳସଂପଦ ବିଭାଗ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏବେ ଜମାରସୁଆଁ ଠାରୁ ଗବକୁଣ୍ଡ ପର୍ୟ୍ୟନ୍ତ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ଢଳେଇ ରାସ୍ତା କରା ଯାଉଥିଲା । ଏ ସମସ୍ତ ଘଟଣାର ତଦନ୍ତ କରିବାକୁ ଅଶୋକ କୁମାର ପାଇକରାୟ, ପ୍ରତାପ କୁମାର ଜେନା, ବୀରେନ୍ଦ୍ର ପାଣି, ମହେନ୍ଦ୍ର ଜେନା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଉଷାରାଣୀ ଦାସଙ୍କୁ ପଚାରିବାରୁ ସେ କୁହନ୍ତି ନଦୀପଟେ ଗାର୍ଡୱାଲ କରାଗଲେ ବନ୍ଧର ସୁରକ୍ଷା ହୋଇପାରିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories