www.samajalive.in
Monday, December 8, 2025
27.1 C
Bhubaneswar

ଅମରାବତୀରେ ହେବ ରାମାରାଓଙ୍କ ୩୨ମିଟର ପ୍ରତିମୂର୍ତ୍ତି

ଅମରାବତୀ: ଆନ୍ଧ୍ରପ୍ରଦେଶ ସରକାର ନୂଆ ରାଜଧାନୀ ଅମରାବତୀରେ ତେଲୁଗୁଦେଶମ୍‌ ପାର୍ଟି ପ୍ରତିଷ୍ଠାତା ତଥା ରାଜ୍ୟର ଲୋକପ୍ରିୟ ନେତା ସ୍ବର୍ର୍ଗତ ଏନ୍‌.ଟି ରାମାରାଓଙ୍କ ପ୍ରତିମୂର୍ତ୍ତି ଓ ସ୍ମାରକୀ ସ୍ଥାପନ କରିବେ। ଏହାର ଉଚ୍ଚତା ୩୨ମିଟର ହେବ। ଏ ବାବଦରେ ୪୦୬କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହି ଅର୍ଥ ଦାନ ସୂତ୍ରରୁ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଗୁଜରାଟରେ ନିର୍ମିତ ‘ଷ୍ଟାଚ୍ୟୁ ଅଫ ୟୁନିଟି’ ଶୈଳୀରେ ଏହା ନିର୍ମାଣ କରାଯିବ। ଷ୍ଟାଚ୍ୟୁ ଅଫ ୟୁନିଟିରେ ରହିଥିବା ଅବିକଳ ବ୍ୟବସ୍ଥା ଏଠାରେ କରାଯିବ। ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ୧୧୫କୋଟି ଓ ଅନ୍ୟାନ୍ୟ ସାଜସଜା ପାଇଁ ଅବଶିଷ୍ଟ ଅର୍ଥ ବ୍ୟୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି। ଭାରତର ସିଙ୍ଗାପୁର ଭାବେ ଅଭିହିତ ଅମରାବତୀର ଶୋଭାକୁ ଏହି ପ୍ରକଳ୍ପ ପରିବର୍ଦ୍ଧିତ କରିବ ବୋଲି ନାଇଡୁ କହିଛନ୍ତି। ୨୧୭ବର୍ଗ କିଲୋମିଟର ଅଞ୍ଚଳରେ ୪୫ହଜାର କୋଟି ଟଙ୍କା ବ୍ୟୟରେ ଅମରାବତୀର ଭିତ୍ତିଭୂମି ନିର୍ମାଣ କରାଯାଉଛି। ଏହି ସହରର ବିକାଶ ବାବଦରେ ପ୍ରାୟ ୧ଲକ୍ଷ କୋଟି ଟଙ୍କା ବ୍ୟୟ ହେବାର ଅଟକଳ ରହିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories