www.samajalive.in
Monday, December 8, 2025
17.1 C
Bhubaneswar

ସେନାଧିକାରୀଙ୍କ ବିଦେଶ ବୁଲା ଖର୍ଚ୍ଚ ଦେଇଥିଲେ ମିସେଲ

ନୂଆଦିଲ୍ଲୀ: ଅଗୁସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କ୍ରୟ ଦୁର୍ନୀତି ମାମଲାରେ ଗିରଫ ବ୍ରିଟିଶ ମଧ୍ୟସ୍ଥ କ୍ରିଷ୍ଟିଆନା ମିସେଲ ଭାରତୀୟ ବାୟୁସେନାର ୨ ଜଣ ଅଧିକାରୀ ଏବଂ ସେମାନଙ୍କ ପରିବାର ଲୋକଙ୍କ ବିଦେଶ ଗସ୍ତ ଲାଗି ପାଣ୍ଠି ଯୋଗାଇଥିଲେ ବୋଲି ସିବିଆଇ ଶନିବାର ଦିଲ୍ଲୀର ଏକ କୋର୍ଟରେ ଯୁକ୍ତି ବାଢିଛି। ଏହି ଅଧିକାରୀମାନଙ୍କ ମଧ୍ୟରୁ ଜଣେ ଅବସରପ୍ରାପ୍ତ ହୋଇଥିବା ବେଳେ ଅନ୍ୟ ଜଣେ କାର୍ଯ୍ୟରତ ବୋଲି ତଦନ୍ତରୁ ଜଣାପଡିଛି। ୨୦୦୯ରୁ ୨୦୧୩ ମଧ୍ୟରେ ହୋଇଥିବା ଏହି ବିଦେଶ ଗସ୍ତ ବାବଦ ୯୨ ଲକ୍ଷ ଟଙ୍କା ମିସେଲ ଯୋଗାଇ ଦେଇଥିଲେ ବୋଲି ସିବିଆଇ କହିଛି। ୫ ଦିନର ହାଜତ ମିଆଦ ସମାପ୍ତ ହେବା ପରେ ମିସେଲଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ମୁମ୍ବଇରେ ଅଧିକ ପ୍ରମାଣ ସମ୍ବନ୍ଧରେ ମୁହାଁମୁହିଁ ଜେରା କରିବା ଲାଗି ମିସେଲଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିବାବେଳେ ଅଦାଲତ ୪ ଦିନ ପାଇଁ ଅନୁମତି ଦେଇଛନ୍ତି।
ଅନ୍ୟପଟେ ମିସେଲଙ୍କ ବିରୋଧରେ ଜାରି କରାଯାଇଥିବା ଇଣ୍ଟରପୋଲ ନୋଟିସ ପ୍ରତ୍ୟାହାର କରିବା ନିମିତ୍ତ ତାଙ୍କ ଓକିଲ ଆଲଜୋ ଯୋଶେଫ କୋର୍ଟରେ ଏକ ଆବେଦନ କରିଛନ୍ତି। ସେହିଭଳି ଇଟାଲି ଓ ସ୍ୱିଜରଲାଣ୍ଡରେ ମିସେଲଙ୍କ ମାମଲା ପରିଚାଳନା କରୁଥିବା ଓକିଲ ରୋଜମେରୀ ପାଟ୍ରିଜିଙ୍କୁ ମାମଲାର ସାକ୍ଷୀ କରିବ ବୋଲି ସିବିଆଇ କୋର୍ଟଙ୍କୁ ଅବଗତ କରିଛି। ଅନ୍ୟପଟେ ସିବିଆଇ ମୁଖ୍ୟାଳୟରେ ମିସେଲଙ୍କୁ ଭେଟିବା ଲାଗି ରୋଜମେରୀ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୯ରେ ହେବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories