ଅତିରିକ୍ତ ତହସିଲଦାରଙ୍କ ବାଇକ ଚୋରି

ବୌଦ୍ଧ: ବୌଦ୍ଧ ତହସିଲ କାର୍ଯ୍ୟାଳୟ ପରିସରରୁ ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲଙ୍କ ବାଇକ ଚୋର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଦୀର୍ଘଦିନର ନିରବତା ପରେ ବୌଦ୍ଧରେ ପୁଣିଥରେ ବାଇକ୍ ଚୋର ରାକେଟ ସକ୍ରିୟ ହୋଇଛନ୍ତି । କିଛି ଦିନ ମଧ୍ୟରେ ଅନେକ ବାଇକ ଚୋରି ହୋଇଥିବା ସାମ୍ନାକୁ ଆସିଛି । ତେବେ ଜନଗହଳିପୂର୍ଣ୍ଣ ଏକ କାର୍ଯ୍ୟାଳୟ ପରିସରରୁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଗାଡ଼ି ଚୋରି ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି ।

ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍‌‌, ୧୦ହଜାର ଟଙ୍କା ଜୋରିମାନା

Comments are closed.