Patra electronics

ରଜ ପର୍ବର ଅନ୍ତିମ ଦିନ ବସୁମତୀ ସ୍ନାନ: ଜାଣନ୍ତୁ ଏହାର ମହତ୍ତ୍ୱ

ସମାଜ ପୋର୍ଟାଲ ଡେସ୍କ: ତିନି ଦିନ ପରେ ଚତୁର୍ଥ ଦିନ ବସୁମତୀ ସ୍ନାନ। ଏହା ରଜ ପର୍ବର ଅନ୍ତିମ ଦିନ। ତିନିଦିନ ବିଶ୍ରାମ ପରେ ଏହି ଦିନ ଧରିତ୍ରୀ ମାତା ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାଆନ୍ତି। ଏହିଦିନ ବଡ଼ି ଭୋରୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂପକୁ ସଜାଇ ପିଢ଼ା ଉପରେ ସ୍ଥାପନା କରାଯାଇଥାଏ। ଏଥିସହ କଳସ ଉପରେ ଆମ୍ବଡ଼ାଳ ରଖି ସ୍ନାନ କରାଯାଏ ।
ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାଆନ୍ତି। ରଜସ୍ୱାଳା ନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବା ପରେ ଚତୁର୍ଥ ଦିନ ସକାଳୁ ସ୍ନାନ କରି ପବିତ୍ର ହୋଇଥାଆନ୍ତି। ଏହି ଦିନ ଧରଣୀ ମାତାଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇଥାନ୍ତି ।

Comments are closed.