ଭକ୍ତିଭାବର ପର୍ବ ଜନ୍ମାଷ୍ଟମୀ

0

ଜନ୍ମାଷ୍ଟମୀ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ ତିଥି ଅଟେ। ଏହାକୁ ଗୋକୁଳାଷ୍ଟମୀ ମଧ୍ୟ କୁହାଯାଏ। ଶାସ୍ତ୍ର ଅନୁଯାୟୀ ପୁରାତନ କାଳରେ ଏକ ଦୁରାଚାରୀ ରାଜା ଥିଲା, ତାହାର ନାମ କଂସ ଥିଲା। ତା’ର ଅତ୍ୟାଚାର ସୀମା ଅତ୍ୟଧିକ ଥିବାରୁ  ଶୂନ୍ୟ ବାଣୀ ହୋଇଥିଲା ଯେ ତା’ ଭଗିନୀର ଅଷ୍ଟମ ଗର୍ଭରୁ ଜାତ ସନ୍ତାନ ଦ୍ୱାରା ତାହାର ବଧ ହେବ। ତେଣୁ ସେ ନିଜ ଭଉଣୀ ଦେବକୀଙ୍କର ସମସ୍ତ ସନ୍ତାନ ଜନ୍ମ ହେବା ମାତ୍ରେ ମାରି ଦେଉଥିଲା। ତାଙ୍କର ଅଷ୍ଟମ ସନ୍ତାନ ରୂପେ ପ୍ରଭୁ ଶ୍ରୀକୃଷ୍ଣ ଭାଦ୍ରବ ମାସର ଅଷ୍ଟମୀ ତିଥିରେ ମଧ୍ୟ ରାତ୍ରିରେ ଜନ୍ମ ହୋଇଥିଲେ। କୃଷ୍ଣଙ୍କ ଜନ୍ମ ମାତ୍ରେ ତାଙ୍କ ପିତା ବାସୁଦେବ ବହୁ ବାଧାବିଘ୍ନ ସତ୍ତ୍ୱେ କୃଷ୍ଣଙ୍କର ଜୀବନ ରକ୍ଷା କରିବା ନିମନ୍ତେ ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ଛାଡ଼ି ଥିଲେ। ପରବର୍ତ୍ତୀ ସମୟରେ କୃଷ୍ଣ କଂସର ବଧ କରି ସଭିଁଙ୍କୁ ଉଦ୍ଧାର କରିଥିଲେ।

କୃଷ୍ଣ ହେଉଛନ୍ତି ବିଦ୍ୱାନ, ଯୋଗୀ, ଚତୁର, ତ୍ୟାଗୀ, ରକ୍ଷା କର୍ତ୍ତା, ପ୍ରକୃତ ମିତ୍ର ଥିଲେ। ପ୍ରଭୁଙ୍କର ଜନ୍ମ ଦିବସଟିକୁ ସେବେଠାରୁ ଆଜି ଯାଏଁ ମହାଆଡମ୍ବର ସହକାରେ ପାଳିତ ହେଉଛି। ଏହି ଦିନ ଭକ୍ତ ମାନେ ଉପବାସ ରଖି ପ୍ରଭୁଙ୍କୁ ନିଷ୍ଠାର ଶ୍ରଦ୍ଧାର ସହ ସ୍ମରଣ କରନ୍ତି। ସମସ୍ତ ମନ୍ଦିର ଓ ଘରେ ଘରେ ଖୁବ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାଆନ୍ତି।

Leave A Reply