ବେଲଘର ବନାଞ୍ଚଳରେ ଆମ ଜଙ୍ଗଲ ଯୋଜନାର ଶୁଭାରମ୍ଭ

ତୁମୁଡିବନ୍ଧ: କନ୍ଧମାଳ ଜିଲାରେ ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲକୁ ସୁରକ୍ଷା ରଖିବା ପାଇଁ ବାଲିଗୁଡା ବନଖଣ୍ଡରେ ଥିବା ବନାଞ୍ଚଳଗୁଡିକରେ ଆମ ଜଙ୍ଗଲ ଯୋଜନାରେ ନୂତନ ଭାବେ ୧୩ଟି ଗ୍ରାମରେ ବନ ସଂରକ୍ଷଣ ସମିତିମାନ ଗଠନ କରାଯାଇଛି। ଏଗୁଡିକୁ ପରିଚାଳନା ପାଇଁ ଏକ ସମିତି କରି ବନାଞ୍ଚଳ ସ୍ତରୀୟ ବନ ସୁରକ୍ଷା ସମିତି ଗଠନ କରାଯାଇଛି ଏହି ସମିତିରେ ବନାଞ୍ଚଳ ଅଧିକାରୀ ଘନଶ୍ୟାମ ଦୋରାଙ୍କୁ ଅଧ୍ୟକ୍ଷ, ଫରେଷ୍ଟର ଗିରିଶ ଚନ୍ଦ୍ର ସାହୁଙ୍କୁ କନଭେନର ଭାବେ ଦାଇତ୍ୱ ଦିଆ ଯାଇଥିବା ବେଳେ ବନ ସରକ୍ଷଣ ସମିତିର ସଭାପତି, ସମସ୍ତ ସଦସ୍ୟ ଓ ଫରେଷ୍ଟ ଗାର୍ଡ ମାନଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହି ଶିବିରକୁ ଏହାର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ରଖିବା ପାଇଁ ବାଲିଗୁଡା ବନଖଣ୍ଡର ଆମ ଜଙ୍ଗଲ ଯୋଜନାର ସଂଯୋଜକ ମନୋଜ କୁମାର ଦଳାଇ ଯୋଗଦେଇ ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି ଜଙ୍ଗଲ ମଧ୍ୟରେ ଜୀବନ ଜୀବିକା ପାଇଁ ଉଦ୍ୟାନ ବିଭାଗର ପରାମର୍ଶରେ କୋବି, ଆଳୁ ବିଭିନ୍ନ ରବି ଚାଷ କରିବା ପାଇଁ ପରାମର୍ଶ ଦେଇ ଥିଲେ। ଏହି ଯୋଜନା ର ସହଯୋଗୀ ବନବାସୀ ସ୍ୱେଚ୍ଛାସେବୀ ସଂଗଠନ ର ପ୍ରଶାନ୍ତ ନାୟକ ଓ ଆମିଷ ଦିଗାଲ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫରେଷ୍ଟ ର ଗିରିଶ ଚନ୍ଦ୍ର ସାହୁ, ଟିକେଶ୍ୱର ବେହେରା, ଶିବଶଙ୍କର ସାହୁ ଫରେଷ୍ଟ ଗାର୍ଡ ସମୀର କୁମାର ନାୟକ, ସଂଜୀବ ବିଶିମାଝୀ, ବିନୋଦ ସାହୁ, ସୁନିତା ପାଣ୍ଡେ, ବନିତା ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.