www.samajalive.in
Monday, December 8, 2025
27.1 C
Bhubaneswar

ବ୍ଳକସ୍ତରୀୟ ପଡୋଶୀ ଯୁବ ସମ୍ବିଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ସ୍ଥାନୀୟ କନ୍ଧମାଳ ଷ୍ଟାଡିୟାମରେ ଫୁଲବାଣୀ ନେହେରୁ ଯୁବ ସଂଗଠନ ଏବଂ ନୁଆରିପଦର ସଟାକର ଯୁବକ ସଂଘର ମିଳିତ ଅନୁକୁଲ୍ୟରେ ପଡୋଶୀ ଯୁବ ସମ୍ବିଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ଅଧିକାରୀ ଡ.ଅନନ୍ତଚରଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସଟାକର ଯୁବକ ସଂଘର ସମ୍ପାଦକ ଅର୍ଜୁନ କହଁର ଅତିଥି ସ୍ୱାଗତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରିଡା ଅଧିକାରୀ ଜୀତେନ୍ଦ୍ର କୁମାର ମହାକୁଡ,ସ୍ୱେଛାସେବୀ ଅନୁଷ୍ଠାନ କଲ୍ୟାଣିର ସମ୍ପାଦକ ରବିନ୍ଦ୍ର କୁମାର ସାହୁ,କାରମେଲ ଇଂରାଜୀ ମିଡିୟମ ସ୍କୁଲର ପରିଚାଳକ ପ୍ରଦୀପ କୁମାର ବେହେରା ଏବଂ ଫୁଲବାଣୀ ନେହେରୁ ଯୁବ ସଂଗଠନର ଅଧିକାରୀ ଭିନିତ୍‍ କୁମାର,ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଳକରୁ ୮୦ ରୁ ଅଧିକ ଯୁବକ ଯୁବତୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗ,ଜଳଶକ୍ତି ଅଭିଯାନ,ସଡକ ସୁରକ୍ଷା ଏବଂ ସ୍ୱଛ ଭାରତ ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଉପସ୍ଥିତ ଯୁବକ ଯୁବତୀ ମାନଙ୍କ ମାଧ୍ୟରେ କୁଇଜ୍‍ ଏବଂ ପଥପ୍ରାନ୍ତ ନାଟକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଶେଷରେ ଯୁବ ସଂଘର ସଭାପତି ଅନନ୍ତଚରଣ କହଁର ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories