www.samajalive.in
Sunday, December 7, 2025
16.1 C
Bhubaneswar

ଥରେ ପ୍ରସ୍ତୁତ କରନ୍ତୁ ବେସନ ଅଣ୍ଡା

ଆବଶ୍ୟକ ସାମଗ୍ରୀ
ଅଣ୍ଡା – ୪ଟି
କଟା ଟମାଟୋ – ୨ଟି
ଲଙ୍କା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ବେସନ – ଅଳ୍ପ
କଞ୍ଚା ଲଙ୍କା – ୨ଟି
କଟା ପିଆଜ – ୨ଟି
ଗୋଲମରିଚ ଗୁଣ୍ଡ – ଅଳ୍ପ
କଳା ଲୁଣ – ଅଳ୍ପ
ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ଗରମ କରି ଅଣ୍ଡାକୁ ସିଝାନ୍ତୁ। ଅଣ୍ଡା ସିଝିବା ପରେ ଏହାର ଚୋପା ଛଡ଼ାଇ ଦିଅନ୍ତୁ। ଏବେ ଏକ ପାତ୍ରରେ ବେସନ , ପାଣି, ଲଙ୍କା ଗୁଣ୍ଡ ,ହଳଦୀ ଗୁଣ୍ଡ, ଲୁଣ ପକାଇ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ବେସନ ମିଶ୍ରଣରେ ଅଣ୍ଡାକୁ ବୁଡ଼ାଇ ତେଲରେ ଛାଣନ୍ତୁ। ଛାଣିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଅଣ୍ଡାକୁ ଚାରି ଫାଳ କରି କାଟି ଏକ ପାତ୍ରରେ ରଖନ୍ତୁ। ଏବେ କଟା ପିଆଜ ,କଞ୍ଚା ଲଙ୍କା, ଧନିଆ ପତ୍ର କଟା ଟମାଟୋ, ଗୋଲମରିଚ ଗୁଣ୍ଡ, ଅଳ୍ପ କଳା ଲୁଣକୁ ଏହି ଅଣ୍ଡା ଉପରେ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ବେସନ ଅଣ୍ଡା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories