www.samajalive.in
Monday, December 8, 2025
20.1 C
Bhubaneswar

ଚିକେନ ପୋଡା

ଆବଶ୍ୟକ ସାମଗ୍ରୀ
ଲେଗ ପିସ୍‍ ଚିକେନ ଆବଶ୍ୟକ ପରିମାଣରେ
ଅଦାରସୁଣ ବଟା – ୨ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଚାଟ ମସଲା – ଅଳ୍ପ
ବେସନ – ୨ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚରୁ ସାମାନ୍ୟ କମ
ଗରମ ମସଲା – ୧ ଚାମଚ
ଚିକେନ ମସଲା – ୧ ଚାମଚ
ଧନିଆ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ବଟର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନ ଖଣ୍ଡ ଗୁଡ଼ିକୁ ଭଲ ଭାବେ ଧୋଇ ଦିଅନ୍ତୁ। ଧୋଇବା ପରେ ଛୁରୀ ଦ୍ୱାରା ଏହାକୁ ମଝିରେ ଅଳ୍ପ କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ବଟର ପକାଇ ସମସ୍ତ ପ୍ରକାରର ମସଲାକୁ ବଟରରେ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏହି ମସଲା ମିଶ୍ରଣକୁ ଧୋଇ କରି ରଖିଥିବା ଚିକେନ ଖଣ୍ଡରେ ଭଲ ଭାବେ ଲଗାନ୍ତୁ। ଏହାପରେ ଏହି ଚିକେନକୁ କିଛି ସମୟ ଫ୍ରିଜରେ ରଖିଦିଅନ୍ତୁ। ୧୦ ମିନିଟ ପରେ ଫ୍ରିଜରୁ ବାହାର କରି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ନନଷ୍ଟିକ କଡ଼େଇ ବସାଇ ଏଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଫ୍ରିଜରୁ କାଢି ଥିବା ଚିକେନକୁ ତେଲରେ ପକାଇ ୩ ରୁ ୪ ମିନିଟ ଫ୍ରାଏ କରି ଦିଅନ୍ତୁ। ଫ୍ରାଏ କରିବା ପରେ ଏହାକୁ ଏକ ପ୍ଲେଟକୁ କାଢି ଦିଅନ୍ତୁ। ଏବେ ଏହି ଛଣା ଚିକେନରେ ବଟର ଲଗାଇ ଗ୍ୟାସରେ ଏକ ତାର ଜାଲି ରଖି ଏହି ଚିକେନ ଗୁଡ଼ିକର ଦୁଇଟି ପଟକୁ ହାଲକା ଭାବେ ସେକି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି କଟା ପିଆଜ, ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ପୋଡା । ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

ଲୋକେ ଏବେ ରାସ୍ତାରେ ପହଁରୁଛନ୍ତି.. ବିଜେପି-ଆପ୍‌ ଟ୍ୱିଟ୍‌ ଯୁଦ୍ଧ

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories