www.samajalive.in
Sunday, December 7, 2025
18.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ.. ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କଲେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ.. ନିଯୁକ୍ତିକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ଦାୟର ହୋଇଥିଲା ଜନସ୍ବାର୍ଥ ମାମଲା..

ନିଜକୁ ଜାଳିଦେଲେ ବୃଦ୍ଧ.. ଆତ୍ମହତ୍ୟାର କାରଣ ଅସ୍ପଷ୍ଟ.. ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପାଟକୁରା ଥାନା ବଢିଆଉସ୍ତା ଗାଁରେ ଅଘଟଣ.. ସୁଇସାଇଡ୍ ନୋଟ୍ ଲେଖି ବୃଦ୍ଧ ଜଣକ ନିଜକୁ ଜାଳି ଦେଇଛନ୍ତି..

- Advertisement -

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ.. ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ.. ଇଲେକ୍ଟୋରାଲ କଲେଜ୍‍ ପ୍ରସ୍ତୁତି ଓ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଆରମ୍ଭ.. ପ୍ରକ୍ରିୟା ଶେଷ ହେବା ମାତ୍ରେ ବିଜ୍ଞପ୍ତି ପ୍ରକାଶ କରିବେ ନିର୍ବାଚନ କମିଶନ..

ଶେଷ ହେଲା ୫ବର୍ଷର ଅପେକ୍ଷା.. ଆସନ୍ତାକାଲିଠୁ ଚୀନ୍ ପାଇଁ ଭାରତ ଆରମ୍ଭ କରିବ ପର୍ଯ୍ୟଟନ ଭିସା.. ଆସନ୍ତାକାଲିଠୁ ପୁନଃ ଆରମ୍ଭ ହେବ ଏହି ପ୍ରକ୍ରିୟା.. ସୂଚନା ଦେଲା ବେଜିଂସ୍ଥିତ ଭାରତୀୟ ଦୂତାବାସ.. ମାର୍ଚ୍ଚ ୨୦୨୦ରେ କୋଭିଡ୍-୧୯ ମହାମାରୀ ସମୟରେ ସଂକ୍ରମଣ ରୋକିବା ପାଇଁ ସମସ୍ତ ପର୍ଯ୍ୟଟନ ଭିସାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଥିଲା ଭାରତ.. ସେବେଠାରୁ ଚୀନ୍ ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ ଥିଲା..

ରାଜ୍ୟରେ ପ୍ରତିଷ୍ଠା ହେବ ୫୬ଟି ନୂଆ କୋର୍ଟ.. ନୂଆ କୋର୍ଟ ପାଇଁ ସୃଷ୍ଟି ହେବ ୮୪୦ ପଦବୀ.. ରାଜ୍ୟ ଆଇନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି..

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories