www.samajalive.in
Sunday, December 7, 2025
23.1 C
Bhubaneswar

ମୁସଲମାନ ଯୁବକଙ୍କୁ ଗଛରେ ବାନ୍ଧି ପିଟିଲେ ଶ୍ରୀରାମ ସେନା କର୍ମୀ; ପାଦ ଛୁଇଁ ଜୟ ଶ୍ରୀରାମ କହିବାକୁ ବାଧ୍ୟ କଲେ

ନୂଆଦିଲ୍ଲୀ: ନିର୍ବାଚନ ପରେ ସାମ୍ପ୍ରଦାୟିକ ହିଂସାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଶ୍ରୀରାମ ସେନାର କିଛି କର୍ମୀ ଜଣେ ମୁସଲମାନ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମାରୁଥିବାର ଭିଡିଓ ଏକ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହା ସାମ୍ନାକୁ ଆସିଛି।

ଭିଡିଓରୁ ମିଳିଥିବା ସୂଚନା ଅନୁସାରେ, ମୁସଲମାନ ଯୁବକ ଜଣକ ଗୋମାଂସ ନେଇ ଯାଉଥିବା ସନ୍ଦେହରେ ଶ୍ରୀରାମ ସୋନାର କର୍ମୀମାନେ ତାଙ୍କୁ ଆକ୍ରମଣ କରିଛନ୍ତି। ଏପରି କି ସମ୍ପୃକ୍ତ ମୁସଲମାନ ଯୁବକଙ୍କୁ ସେମାନଙ୍କ ପାଦ ଧରି ଜୟ ଶ୍ରୀରାମ କହିବାକୁ ବାଧ୍ୟ କରାଯାଇଥିବା ଦେଖାଯାଇଛି। ଉକ୍ତ ଯୁବକଙ୍କ ପରିଚୟ ମିଳି ନ ଥିବା ବେଳେ ଘଟଣାଟି କେଉଁଠି ଘଟିଛି ତାହା ଜଣାପଡ଼ିନାହିଁ।

- Advertisement -

ପୁଲିସ ସୂଚନା ମୁତାବକ, ଗୋରୁ ମାଂସ ରଖିଥିବା ଅଭିଯୋଗରେ ୩ ଯୁବକଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ଯୁବକମାନେ ଶ୍ରୀରାମ ସେନାର କର୍ମୀମାନଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ନେଇ ଏକ ଭିଡିଓ ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା। ଏ ନେଇ ଥାନାରେ ଏତଲା ହେବା ପରେ ଆକ୍ରମଣକାରୀଙ୍କୁ ପୁଲିସ ଗିରଫ କରିଛି।

ଅନ୍ୟପଟେ ଭିଡିଓକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଦିନ ଓୱେସୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମୋଦୀ ସରକାରଙ୍କ ସମୟରେ ମୁସଲମାନଙ୍କୁ ଏଭଳି ବ୍ୟବହାର କରାଯାଉଛି ବୋଲି କହିଛନ୍ତି। ଅନ୍ୟପଟେ ମୁସଲମାନ ଯୁବକଙ୍କୁ ଆକ୍ରମଣ କରୁଥିବା ୩ ଜଣଙ୍କ ମଧ୍ୟରୁ ଜଣେ ସାଧ୍ଵୀ ପ୍ରଜ୍ଞା ଠାକୁରଙ୍କ ସମର୍ଥକ ବୋଲି ଜଣାପଡ଼ିଛି। ସାଧ୍ଵୀ ବିଜେପି ଟିକେଟରେ ଭୋପାଳ ଲୋକସଭାରୁ ବିଜୟ ହେବା ପରେ ସମ୍ପୃକ୍ତ ଯୁବକ ତାଙ୍କ ପାଖରେ ଛିଡ଼ା ହୋଇଥିବା ଏକ ଫଟୋରେ ଦେଖିବାକୁ ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories