ଯୋଗ, ମନ ଶରୀର ଓ ଆତ୍ମାର ଏକାଗ୍ରତାକୁ ବୃଦ୍ଧି କରିଥାଏ। ଯୋଗର ବିଭିନ୍ନ ରୂପ ଆମର ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଭିନ୍ନ ଭିନ୍ନ ପ୍ରକାରେ ଲାଭଦାୟକ। ଅର୍ନ୍ତଜାତୀୟ ଯୋଗ ଦିବସକୁ ଏକ ଭିନ୍ନ ପ୍ରକାରେ ପାଳନ କରି ଏହାର ଆନନ୍ଦ ନେବାକୁ ଏହି ଦିନର ପାଳନ କରାଯାଏ।
ଯୋଗ ଏକ କଳା। ଏହି କଳାକୁ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ପାଳନ କରିବା ପାଇଁ ଏକ ବିଶେଷ ଦିନ ହେବା ଉଚିତ ବୋଲି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଦେଇଥିଲେ। ସେ ସେପ୍ଟେମ୍ବର ୨୦୧୪ରେ ମିଳିତ ଜାତି ସଂଘ ପରିଷଦ (ୟୁଏନଜିଏ)ରେ ନିଜ ଭାଷଣ ମାଧ୍ୟମରେ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ଜୁନ ୨୧କୁ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ। କାରଣ ଅନ୍ୟ ଦିନ ତୁଳନାରେ ଏହି ଦିନର ସମୟସୀମା ଅଧିକ ।
ୟୁଏନଜିଏର ସଦସ୍ୟମାନେ ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବ ଉପରେ ବିଚାର କରି ଖୁବ ଶୀଘ୍ର ଏହାପ୍ରତି ସକରାତ୍ମକ ମଞ୍ଜୁରି ପ୍ରଦାନ କରିଥିଲେ। ଏହାପରେ ୨୧ ଜୁନ ୨୦୧୫ରେ ପ୍ରଥମ ଅର୍ନ୍ତଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଇଥିଲା। ଏହି ଦିନ ମୋଦୀଙ୍କ ସହ ଭାରତର ଅନ୍ୟାନ୍ୟ ରାଜନେତା ମାନେ ମଧ୍ୟ ରାଜପଥରେ ଖୁବ ଉତ୍ସାହ ସହ ଏହି ଦିନଟିକୁ ପାଳନ କରିଥିଲେ।
କାହିଁକି ଜୁନ ୨୧କୁ ଯୋଗ ଦିବସ ରୂପେ ପାଳନ କରାଯାଏ
Popular Categories



