ବେଙ୍ଗାଳୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରାପ୍ପା ସୋମବାର ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ଗତ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ୟେଦିୟୁରାପ୍ପା ରବିବାର ବେଙ୍ଗାଲୁରୁଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ସେ ଆସନ୍ତାକାଲି ନିଶ୍ଚୟ ଆସ୍ଥା ଭୋଟ ଜିତିବେ । ସେହିପରି ଆସନ୍ତାକାଲି ଉଭୟ ଗୃହରେ ଅର୍ଥ ବିଲ୍ ଗୃହିତ ହେବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କର୍ଣ୍ଣାଟକରେ ୧୪ ଜଣ କଂଗ୍ରେସ ଓ ଜେ.ଡି.ଏସ୍. ବିଧାୟକଙ୍କୁ ବାଚସ୍ପତି କେ.ଆର୍. ରମେଶ କୁମାର ଅଯୋଗ୍ୟ ଘୋଷଣା କରିଛନ୍ତି।



