www.samajalive.in
Tuesday, December 9, 2025
17.1 C
Bhubaneswar

ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଯଶବନ୍ତ ସିହ୍ନା

ଡେସ୍କ: କଂଗ୍ରେସ ନେତା ଜୟରାମ ରମେଶ ଆଜି ଘୋଷଣା କରିଛନ୍ତି ଯେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଯଶବନ୍ତ ସିହ୍ନା ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ମେଣ୍ଟର ପ୍ରାର୍ଥୀ ହେବେ।

ଶ୍ରୀ ସିହ୍ନା ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ ଜଣେ ଦକ୍ଷ ପ୍ରଶାସକ, ସାଂସଦ ତଥା ସଫଳ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ ବିଭିନ୍ନ ସାମର୍ଥ୍ୟରେ ଦେଶ ସେବା କରିଛନ୍ତି। ସେ ଭାରତୀୟ ଗଣତନ୍ତ୍ରର ଧର୍ମନିରପେକ୍ଷ ତଥା ଗଣତାନ୍ତ୍ରିକ ଚରିତ୍ର ତଥା ଏହାର ସାମ୍ବିଧାନିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଯୋଗ୍ୟ ଅଟନ୍ତି ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

- Advertisement -

ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଗଣତନ୍ତ୍ରର ସର୍ବୋଚ୍ଚ କାର୍ଯ୍ୟାଳୟ ପାଇଁ ସରକାର ଏବଂ ବିରୋଧୀ ଦଳର ସହମତିରେ ଜଣେ ଆଦର୍ଶ ପ୍ରାର୍ଥୀ ନିର୍ବାଚିତ ହେବା ଉଚିତ୍। ତେବେ ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରଥମେ ଏଥିପାଇଁ ପଦକ୍ଷେପ ନେବା ଉଚିତ୍। ଏହି ଘଟଣାରେ ମୋଦୀ ସରକାର କୌଣସି ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କରି ନ ଥିବାରୁ ଆମେ ଦୁଃଖିତ। ତେଣୁ ସିହ୍ନାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ଆମେ ବିଜେପି ଏବଂ ଏହାର ସହଯୋଗୀ ଦଳଙ୍କୁ ନିବେଦନ କରୁଛୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories