www.samajalive.in
Monday, December 8, 2025
27.1 C
Bhubaneswar

ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚମ୍ପିଆନ୍‌

 ଭାରତକୁ ୮ ୱିକେଟରେ ପରାସ୍ତ କରି ନ୍ୟୁଜିଲାଣ୍ଡ  ପ୍ରଥମ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଟାଇଟଲ ହାସଲ କରିଛି

ସାଉଥାମ୍ପଟନ : ପ୍ରଥମ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ମୁକୁଟ ହାସଲ କରିଛି ନ୍ୟୁଜିଲାଣ୍ଡ। ଏଠାରେ ବୁଧବାର ଅତିରିକ୍ତ ଦିବସରେ ଶେଷ ହୋଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତକୁ ୮ ୱିକେଟରେ ନ୍ୟୁଜିଲାଣ୍ଡ ପରାସ୍ତ କରିଛି। ଫାଇନାଲ ଜିତିବା ଲାଗି ୧୩୯ ରନ୍ ଲକ୍ଷ୍ୟ ନେଇ ୨ୟ ଇନିଂସରେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୨ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଫଳରେ ୧୪୪ ବର୍ଷର ଟେଷ୍ଟ କ୍ରିକେଟ୍‌ ଇତିହାସରେ ସବୁଠାରୁ ଗୁୁରୁତ୍ବପୂର୍ଣ୍ଣ ମ୍ୟାଚ୍‌କୁ ଜିତି ନ୍ୟୁଜିଲାଣ୍ଡ ସର୍ବପ୍ରଥମ ଚମ୍ପିଆନ୍ ହୋଇପାରିଛି। ୩୨ ରନ୍‌ ପଛରେ ଥିବା ଭାରତ ୨ୟ ଇନିଂସରେ ୧୭୦ ରନ୍‌ରେ ଅଲ୍‌ଆଉଟ ହେବା ଯୋଗୁଁ ନ୍ୟୁଜିଲାଣ୍ଡକୁ ୧୩୯ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ପରେ ନ୍ୟୁଜିଲାଣ୍ଡର ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଅଧିନାୟକ ​‌େ​‌କନ୍ ୱିଲିୟମ୍‌ସନ ଓ ରସ୍‌ ଟେଲରଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ଭାରତ ଦିନିକିଆ ଓ ଟି୨୦ ବିଶ୍ବକପ୍ ଜିତିଥିବା ବେଳେ ଟେଷ୍ଟମ୍ୟାଚ୍‌ର ବିଶ୍ବ ଚମ୍ପିଆନ୍‌ସିପ ଜିତିବାରୁ ବଞ୍ଚିତ ହୋଇଛି।
୧୩୯ ରନ୍ ବିଜୟଲକ୍ଷ୍ୟ ନେଇ ୨ୟ ଇନିଂସ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ। ଓପ୍‌ନିଂ ଯୋଡ଼ି ୩୩ ରନ୍ କରିବା ପରେ ଦୁହେଁ ରବିଚନ୍ଦ୍ରନ ଅଶ୍ବିନଙ୍କ ଶିକାର ହୋଇଥିଲେ। ଟମ୍ ଲାଥାମ୍ ୯ ରନ୍‌କରି ଆଉଟ ହୋଇଥିଲେ। ଡେଭନ୍ କନ୍‌ୱେ ୧୯ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ କେନ୍ ୱିଲିୟମ୍‌ସନ ଓ ଅଭିଜ୍ଞ ରସ୍ ଟେଲର ନ୍ୟୁଜିଲାଣ୍ଡକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ପରେ ୱିଲିୟମ୍‌ସନ ଓ ଟେଲର ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ୱିଲିୟମ୍‌ସନ ଅର୍ଦ୍ଧଶତକ ହାସଲକରି ୮ଟି ଚୌକା ସହ ୫୨ ଏବଂ ରସ୍ ଟେଲର ୬ଟି ଚୌକା ସହ ୪୭ ରନ୍‌କରି ଅପରାଜିତ ଥିଲେ। ରବିଚନ୍ଦ୍ରନ ଅଶ୍ବିନ ଉଭୟ ୱିକେଟ ନେଇଥିଲେ।

- Advertisement -

PIC. Courtesy : BCCI TV

ଅନ୍ତିମ ଦିନର ମୁକାବିଲା ବେଶ୍ ରୋଚକ ହୋଇଥିଲା। ୫ମ ଦିନ ଶେଷ ଶେଷରେ ୨ୟ ଇନିଂସରେ ୨ ୱିକେଟ ହରାଇ ୬୪ ରନ୍‌ କରିଥିବା ଭାରତ ଆଉ ୧୦୬ ରନ୍ ଯୋଗକରି ବାକି ୮ଟି ୱିକେଟ ହରାଇଥିଲା। କ୍ରମାଗତ ୨ୟ ଇନିଂସରେ ନ୍ୟୁଜିଲାଣ୍ଡର ପେସ୍ ବୋଲର ଚମତ୍କାର ବୋଲିଂ କରିଥିଲେ। ଅବଶ୍ୟ ଋଷଭ ପନ୍ତ୍ ୫ ରନ୍ କରିଥିବା ବେଳେ ସ୍ଲିପ୍‌ରେ ଟିମ୍ ସାଉଦି ତାଙ୍କର କ୍ୟାଚ୍ ଛାଡ଼ିନଥିଲେ ଭାରତ ଏତେ ସ୍କୋର୍‌ରେ ପହଞ୍ଚି ପାରି ନଥାଆନ୍ତା। ବିରାଟ କୋହଲି ଓ ଚେତେଶ୍ବର ପୂଜାରା ସ୍କୋର୍‌କୁ ୭୧ ରନ୍‌ରେ ପହଞ୍ଚାଇବା ପରେ କାଏଲ୍‌ ଜେମିସନ୍ ଉଭୟଙ୍କୁ କ୍ରମାଗତ ୨ ଓଭରରେ ଆଉଟ କରି ଦେଇଥିଲେ। କୋହଲି ୧୩ ଓ ପୂଜାରା ୧୫ ରନ୍ କରିଥିଲେ। ପରେ ଅଜିଙ୍କ୍ୟ ରାହାଣେ ୧୫ ରନ୍‌କରି ଆଉଟ ହେବା ବେଳକୁ ଭାରତର ସ୍କୋର୍ ଥିଲା ୫ ୱିକେଟରେ ୧୦୯ ରନ୍‌। ହାତରେ ୫ ୱିକେଟ ଥାଇ ଭାରତ ମାତ୍ର ୭୭ ରନ୍ ଆଗରେ ରହି ପରାଜୟ ଆଶଙ୍କାରେ ଥିଲା। ତେବେ ଜୀବନଦାନର ସୁଯୋଗ ପାଇ ରବୀନ୍ଦ୍ର ଜାଡ଼େଜାଙ୍କ ସହ ଋଷଭ ପନ୍ତ୍ ୩୩ ରନ୍ ଯୋଡ଼ିଥିଲେ। ଜାଡ଼େଜା ୧୬ ରନ୍ କରିଥିଲେ। ଏହାସହ ୨୮ ରନ୍‌ରେ ଭାରତ ଶେଷ ୫ଟି ୱିକେଟ ହରାଇ ୧୭୦ ରନ୍‌ରେ ଅଲ୍ଆଉଟ ହୋଇ ଯାଇଥିଲା। ବାମହାତି ପନ୍ତ୍ ୮୮ ବଲ୍‌ ଖେଳି ୪ଟି ଚୌକା ସହ ୪୧ ରନ୍ କରିଥିଲେ। ମହମ୍ମଦ ସାମି ୧୩ ରନ୍ କରିଥିଲେ। ଟିମ୍ ସାଉଦି ୪ଟି, ଟ୍ରେଣ୍ଟ ବୋଲ୍‌ଟ ୩ଟି, କାଏଲ୍‌ ଜେମିସନ୍ ୨ଟି ଓ ନିଲ୍‌ ୱାଗ୍‌ନର ଗୋଟିଏ ୱିକେଟ ପାଇଥିଲେ।

ଚୁଡାନ୍ତ ସ୍କୋର ଭାରତ : ପ୍ରଥମ ଇନିଂସ-୨୧୭,ଦ୍ବିତୀୟ ଇନିଂସ ୧୭୦

ନ୍ୟୁଜିଲାଣ୍ଡ : ପ୍ରଥମ ଇନିଂସ-୨୪୯,ଦ୍ବିତୀୟ ଇନିଂସ ୧୪୦/୨

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories