www.samajalive.in
Monday, December 8, 2025
27.1 C
Bhubaneswar

ବାଙ୍କୀରେ ବିଶ୍ୱ ଯକ୍ଷ୍ମା ଦିବସ

ବାଙ୍କୀ: ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ଯକ୍ଷ୍ମା ଦିବସ ଗୁରୁବାର ପାଳିତ ହୋଇଯାଇଛି। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଅମରେଶ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଯାଇଛି। ପ୍ରତି କେନ୍ଦ୍ରରେ ସମସ୍ତ ଆଶା ଓ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ରହି ଦିବସର ଅନୁଚିନ୍ତା ସମ୍ପର୍କରେ ଅବଗତ ହୋଇଛନ୍ତି। ଯକ୍ଷ୍ମା ମୁକ୍ତ ଦେଶ ଗଠନ ପାଇଁ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିନା ଦେୟରେ ଯକ୍ଷ୍ମା ରୋଗର ପରୀକ୍ଷା, ଚିକିତ୍ସା ସହ ପୁଷ୍ଟିକର ଖାଦ୍ୟ ପାଇଁ ସହାୟତା ଉପଲବ୍ଧ ଥିବା ସମ୍ପର୍କରେ ଆଲୋଚନା କରାଯାଇଛି। ରୋଗର ଲକ୍ଷଣ ଦେଖାଦେଲେ ଡାକ୍ତରଖାନାରେ କଫ ପରୀକ୍ଷା କରିବା, ରୋଗ ଚିହ୍ନଟ ପରେ ଡଟ୍ସ ପଦ୍ଧତିରେ ଚିକିତ୍ସା ଦ୍ୱାରା ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ବୋଲି ପରାମର୍ଶ ଦିଆଯାଇଛି। ଚିକିତ୍ସା ସମୟରେ ଔଷଧର କୌଣସି ଗୋଟିର ମାତ୍ରା ବନ୍ଦ ନକରିବା ପାଇଁ ଆଶାମାନଙ୍କୁ ସଚେତନ କରାଯାଇ ଅଞ୍ଚଳର ରୋଗୀଙ୍କୁ ସେବା ପ୍ରଦାନରେ ସହଯୋଗ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି। ଏହି ଅବସରରେ କଳାପଥର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନର ଅନୁଚିନ୍ତା ପ୍ରଦାନ କରାଯାଇଛି। ସମ୍ମାନିତ ଅତିଥି ଭାବରେ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁ, କୁଞ୍ଜଲତା ମହାପାତ୍ର, ଭବାନୀଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଷୟଗତ ଆଲୋଚନା କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories