www.samajalive.in
Tuesday, December 9, 2025
16.1 C
Bhubaneswar

ବିଶ୍ୱ ମସ୍ତିିଷ୍କଘାତ ଦିବସ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ବିଶ୍ୱ ମସ୍ତିଷ୍କଘାତ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଛାପଡ଼ା ଚିକିତ୍ସାଧିକାରୀ ଡ଼.ସାହିତାହା ପରବିନ୍‍, ଫାର୍ମାସିଷ୍ଟ ପ୍ରଶାନ୍ତ କୁମାର ସାହୁ,ସମସ୍ତ ଷ୍ଟାଫନର୍ସ, ଏଏନ୍‍ଏମ୍‍ ଓ ଆଶାକର୍ମୀମାନେ ସାମିଲ୍‍ ହୋଇଥିଲେ। ଏହି ଅବସରରେ ଚିକିତ୍ସାଧିକାରୀ ଏହି ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଡ଼ାକ୍ତରଖାନା ପରିସରରୁ ଶୋଭାଯାତ୍ରା ବାହାରି ଗୋଛାପଡ଼ା ପର୍ଯ୍ୟନ୍ତ ଗସ୍ତ କରି ଅଞ୍ଚଳବାସୀଙ୍କୁ ସଚେତନ କରିବା ସହିତ କିଭଳି ଭାବେ ମସ୍ତିିଷ୍କଘାତ ନ ହେବ ସେଥିପାଇଁ ମଧ୍ୟ ବିିଭିନ୍ନ ପ୍ରକାର ପରାମର୍ଶ ସାଧାରଣ ଜନତାଙ୍କୁ ଦିଆଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories