www.samajalive.in
Tuesday, December 9, 2025
16.1 C
Bhubaneswar

ସରକାରଙ୍କୁ ସମାଲୋଚନା ଲାଗି ସାଧାରଣ ଲୋକଙ୍କୁ ନିର୍ଯାତନା ଦିଆଯାଇ ପାରିବ ନାହିଁ: ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ

ନୂଆଦିଲ୍ଲୀ: ସରକାରଙ୍କୁ ସମାଲୋଚନା ଲାଗି ସାଧାରଣ ଲୋକଙ୍କୁ ନିର୍ଯାତନା ଦିଆଯାଇ ପାରିବ ନାହିଁ । ପ୍ରତ୍ୟେକ ଲୋକଙ୍କର କହିବାର ଅଧିକାର ଅଛି ଓ ଲୋକଙ୍କ ଅଧିକାର ସୁରକ୍ଷା ଲାଗି ଆମେ (ସୁପ୍ରିମକୋର୍ଟ) ଏଠାରେ ଅଛୁ । ଭାରତ ଏକ ସ୍ବାଧୀନ ଦେଶ ଓ ଏହାକୁ ସ୍ବାଧୀନ ରହିବାକୁ ଦିଅନ୍ତୁ । ସରକାର ନିଜ ସୀମାରେଖା ଅତିକ୍ରମ କରନ୍ତୁ ନାହିଁ ବୋଲି ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାରଙ୍କୁ ଏପରି କଠୋରବାଣୀ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ଫେସବୁକରେ ଏକ ପୋଷ୍ଟକୁ ନେଇ ଆଗତ ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟ  ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ତାଗିଦ୍ କରିଛନ୍ତି। ସରକାର କହିଛନ୍ତି ଯେ  ସରକାର ସମାଲୋଚନା ଲାଗି ସାଧାରଣ ଲୋକଙ୍କୁ ନିର୍ଯାତନା ଦିଆଯାଇପାରିବ ନାହିଁ ।  ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୁଡ଼ ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ବେଞ୍ଚ କହିଛନ୍ତି ଯେ ଭାରତ ଏକ ସ୍ବାଧୀନ ଦେଶ ଓ ଏଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କର କହିବାର ସ୍ୱାଧୀନତା ଅଛି ଏବଂ ଆମେ ‘ବାକ୍ ସ୍ବାଧୀନତା’ର ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ଭାବରେ ସେଠାରେ ଅଛୁ।

- Advertisement -

ଘଟଣାଟିର ପ୍ରେକ୍ଷାପଟ ଏହିପରି କରୋନା ମହାମାରୀ ସମୟରେ କଲକତାର ଜନଗହଳିପୂର୍ଣ ରାଜା ବଜାରର ଏକ ଛବି ଦିଲ୍ଲୀ ବାସିନ୍ଦା ରୋଶନୀ ବିଶ୍ଵାସ ନିଜ ଫେସବୁକରେ ପୋଷ୍ଟ କରିଥିଲେ । ଏହାକୁ ନେଇ କଲକତା ପୁଲିସ ରୋଶନୀଙ୍କୁ ସମନ କରିଥିଲା ଓ କଲକତାରେ ହାଜର ହେବାକୁ ନିର୍ଦେଶ ଦେଇଥିଲା । ଏପରିକି ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଥିଲା। ଏହା ବିରୋଧରେ ରୋଶନୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୁପ୍ରିମକୋର୍ଟ କଲକତା ପୁଲିସର ଏହି ପଦକ୍ଷେପକୁ ନାପସନ୍ଦ କରିଛନ୍ତି । ଅଦାଲତ କହିଛନ୍ତି ଯେ ଏହା ଏକ ବିଚଳିତ କରିଦେବା ପରି ଘଟଣା ।

ଅନ୍ୟପକ୍ଷରେ କଲକତା ପୁଲିସ ଓ ରାଜ୍ୟ ସରକାରଙ୍କ ଓକିଲ ସମ୍ପୃକ୍ତ ମହିଳା କଲକତା ପୁଲିସ ନିକଟରେ ହାଜର ହେବା ଆବଶ୍ୟକ ବୋଲି ଉଲ୍ଲେଖ କରି ତାଙ୍କୁ ଗିରଫ କରାଯିବ ନାହିଁ  ବୋଲି ଯୁକ୍ତି ବାଢ଼ିଥିଲେ ।

ପଶ୍ଚିମବଙ୍ଗ ସରକାରଙ୍କ ଏହି ଯୁକ୍ତିକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ତାଗିଦ୍ କରିଛନ୍ତି । ଅନ୍ୟ ରାଜ୍ୟର ପୁଲିସ ଯଦି ସାଧାରଣ ଲୋକଙ୍କୁ ଏପରି ଉପାୟରେ ଡ଼ାକରା ଆରମ୍ଭ କରନ୍ତି ତେବେ  ଏହା ଏକ ବିପଜ୍ଜନକ ଧାରା ହୋଇଯିବ। ଏପରି ପରିସ୍ଥିତିରେ, ଅଦାଲତମାନଙ୍କୁ ପଦକ୍ଷେପ ନେବାକୁ ପଡ଼ିବ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାରକୁ ସୁରକ୍ଷା ଦେବାକୁ ହେବ, ଯାହା ସମ୍ବିଧାନର ଧାରା 19 (1) A ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କ ପାଇଁ ଉପଲବ୍ଧ । ସରକାରଙ୍କୁ ସମାଲୋଚନା କରୁଥିବା ପୋଷ୍ଟ ସହିତ ଦେଶର ନାଗରିକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲାଯାଇ ପାରିବ ନାହିଁ । ଏହା ବ୍ୟକ୍ତିଗତ ସ୍ବାଧୀନତାର ଏନକାଉଣ୍ଟର ପରି ହେବ ବୋଲି ଉଲ୍ଲେଖ କରି କଲକତା ହାଇକୋର୍ଟ ରୋଶନୀଙ୍କୁ ହାଜର ହେବା ପାଇଁ ଦେଇଥିବା ନୋଟିସକୁ  ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories