www.samajalive.in
Monday, December 8, 2025
17.1 C
Bhubaneswar

ବିଶ୍ବ ମାନବାଧିକାର ଦିବସ ଉପଲକ୍ଷେ ଆଲୋଚନା ଚକ୍ର

ଭୁବନେଶ୍ବର: ଆଜି ମେଣ୍ଢାଶାଳସ୍ଥିତ ଆଦୃତା ଚିଲଡ୍ରେନ ହୋମରେ ମାନବାଧିକାର ମଞ୍ଚ ଭୁବନେଶ୍ବର ପକ୍ଷରୁ ବିଶ୍ବ ମାନବାଧିକାର ଦିବସ ୨୦୨୦ ଉପଲକ୍ଷେ ‘ ଗାନ୍ଧିଜୀଙ୍କ ସ୍ବପ୍ନର ଭାରତ ଓ ମାନବାଧିକାର’ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ର ପୂର୍ବରୁ ‘ଗାନ୍ଧିଜୀଙ୍କ ସ୍ବପ୍ନର ଭାରତ’ ଉପରେ ଏକ ବକ୍ତୃକ୍ତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତୀ ଛାତ୍ରାଛାତ୍ରୀ ମାନଙ୍କୁ ସଭାରେ ପୁରସ୍କୃତ କରାଯାଇଥିଲା।

- Advertisement -

ଏହି ଆଲୋଚନା ଚକ୍ର ବିଜୟ ଦାସଙ୍କ ସାଭାପତିତ୍ବରେ ମୁଖ୍ୟ ଅତିଥି ପ୍ରଫେସର ଦାଶ ବେନହୁର ଏବଂ ପ୍ରଫେସର ହରେକୃଷ୍ଣ ଦାସ ଗାନ୍ଧିଜୀଙ୍କର ସ୍ବପ୍ନର ରାମରାଜ୍ୟ ପ୍ରତିଷ୍ଠା ଓ ଆଦର୍ଶ ଉପରେ ବିଭିନ୍ନ ଦିଗରେ ଆଲୋକପାତ କରାଯାଇଥିଲା।

ଦେଶର ପ୍ରତ୍ୟୋକ ରାଜନୈତିକ ବ୍ୟକ୍ତି, ମନ୍ତ୍ରୀ, କାର୍ଯ୍ୟନିର୍ବାହୀ ଅଧିରକାରୀ ନିଜନିଜ କ୍ଷେତ୍ରରେ ସଚେତନତାର ସହିତ ଲୋକଙ୍କ ହିତପାଇଁ କାର୍ଯ୍ୟକଲେ ଦାରିଦ୍ର ହଟିବ, ଲୋକମାନେ ନିଜ କର୍ତ୍ତବ୍ୟ ପ୍ରତି ସଜାଗ ରହିବେ ଓ ଗାନ୍ଧିଜୀଙ୍କ ସ୍ବପ୍ନର ଭାରତ ପ୍ରତିଷ୍ଠା ହୋଇପାରିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସଭାପତି ପ୍ରଦୀପ କୁମାର ପଟ୍ଟନାୟକ ଆଜିର ଦିନର ମହତ୍ତ୍ବ ଓ କର୍ତ୍ତବ୍ୟ ଉପରେ ସଚେତନତା କରିବା ସହିତ ସ୍ବାଗତ ଭାଷଣ ରଖିଥିଲେ। ଆଇନଜୀବୀ ତଥା ସଭାପତି ନଟବର ମହାନ୍ତି ମାନବାଧିକାର ମଞ୍ଚର ମୁଖପାତ୍ର ‘ମାନବାଧିକାର କଥା’ ବାର୍ଷିକ ସଂଖ୍ୟା ଉନ୍ମୋଚନ କରିବା ସହିତ ମାନବାଧିକାର ଆଇନର ଖିଲାପକାରୀଙ୍କ ବିରୋଧରେ ସରକାରା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣକଲେ ସାଧାରଣଲୋକେ ସୁଫଳ ପାଇପାରିବେ ବୋଲି ଶ୍ରୀ ମହାନ୍ତି ମତ ଦେଇଥିଲେ। ଆଇସଜୀବୀ ତଥା ମାନବାଧିକାରୀ ମଞ୍ଚର ସମ୍ପାଦକ ନଟବର ପଣ୍ଡା ଧନ୍ୟବାଦ ପ୍ରସ୍ତାବ ରଖିବା ସହିତ ଆଇନର ପାଳନ କଡ଼ାକଡ଼ି କରାଗଲେ ଲୋକେ ସୁରକ୍ଷା ପାଇବେ ଓ ଗାନ୍ଧିଜୀଙ୍କ ରାମରାଜ୍ୟ ସ୍ବପ୍ନ ସାକାର ହେବ ବୋଲି କହିଥିଲେ। ଶେଷରେ ଆଦୃତା ଆନ୍ତେବାସୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories