www.samajalive.in
Tuesday, December 9, 2025
17.1 C
Bhubaneswar

ବିଶ୍ୱକପ କ୍ରିକେଟ – ଆଜି ନ୍ୟୁଜିଲାଣ୍ଡ ବନାମ ଆଫଗାନିସ୍ତାନ ମୁକାବିଲା

ଚେନ୍ନଇ: ଆଇସିସି ଦିନିକିଆ ବିଶ୍ବକପ ୧୩ତମ ସଂସ୍କରଣର ବୁଧବାର ଚେନ୍ନଇର ଏମ୍‌.ଏ ଚିଦାମ୍ବରମ ଷ୍ଟାଡ଼ିୟମରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ୧୬ତମ ଲିଗ୍‌ ମ୍ୟାଚ ଖେଳାଯିବ। ଦୁଇ ଦଳ ଶେଷ ମ୍ୟାଚ ଜିିତିଥିବାରୁ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି। ନ୍ୟୁଜିଲାଣ୍ଡ ୩ଟି ମ୍ୟାଚରୁ ୩ଟି ବିଜୟ ସହ ୬ ପଏଣ୍ଟ ପାଇଛି। ଦଳ ଇଂଲଣ୍ଡକୁ ୯ ୱିକେଟରେ, ନେଦରଲାଣ୍ଡସ୍‌କୁ ୯୯ରନରେ ଓ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରିଛି। ବ୍ୟାଟିଂରେ ଡିଭନ୍‌ କନୱେ ଗୋଟିଏ ଶତକ ସହ ୨୨୯ରନ, ରଚିନ ରବୀନ୍ଦ୍ର ଗୋଟିଏ ଶତକ ସହ ୧୮୩ରନ, ଡ୍ୟାରେଲ ମିଚେଲ ୧୩୭ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦଳ ନିକଟରେ ଟମ୍‌ ଲଥାମ, ଗ୍ଲେନ ଫିଲିପ୍ସ ପ୍ରମୁଖ ରହିଛନ୍ତି। ବାଂଲାଦେଶ ବିପକ୍ଷ ମ୍ୟାଚରେ ଖେଳିଥିବା ଅଧିନାୟନ କେନ୍‌ ୱିଲିୟମସନଙ୍କ ଆଙ୍ଗୁଠିରେ ବଲ୍‌ ବାଜିଥିବାରୁ ସେ ଆହତ ହୋଇଛନ୍ତି। ସେ ଅତି କମ୍‌ରେ ୩ଟି ମ୍ୟାଚ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ପ୍ରଥମ ଦୁଇ ମ୍ୟାଚରେ ନେତୃତ୍ବ ନେଇଥିବା ଟମ୍‌ ଲଥାମଙ୍କ ଅଧିନାୟକତ୍ବରେ ଦଳ ଖେଳିବ।

ଅନ୍ୟପକ୍ଷରେ ବୋଲିଂରେ ଟ୍ରେଣ୍ଟ ବୋଲ୍ଟ,ମ୍ୟାଟ୍‌ ହେନରୀ,ଲୁକି ଫର୍ଗୁସନ,ମିଚେଲ ସାଣ୍ଟନର,ରଚିନ ରବୀନ୍ଦ୍ର ଓ ଡ୍ୟାରେଲ ମିଚେଲ ପ୍ରମୁଖ ଦାୟିତ୍ବ ତୁଲାଉଛନ୍ତି। ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ବିଜୟ ଧାରାକୁ ବଜାୟ ରଖିବା ନେଇ ଦଳ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ହାସମତୁଲ୍ଲା ସାହିଦିଙ୍କ ନେତୃତ୍ବାଧିନ ଆଫଗାନିସ୍ତାନ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ବରଣ କରିଛି। ଦଳ ବାଂଲାଦେଶ ନିକଟରୁ ୬ ୱି​‌େ​‌କଟ ଓ ଭାରତ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିଲା। ବ୍ୟାଟିଂରେ ରେହମାନଉଲ୍ଲା ଗୁର୍‌ବାଜ , ଇବ୍ରାହିମ ଜର୍ଡାନ, ରେହମତ ସାହ, ହାସମତୁଲ୍ଲା ସାହିଦି, ମହମ୍ମଦ ନବି ପ୍ରମୁଖ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories