www.samajalive.in
Wednesday, December 10, 2025
18.1 C
Bhubaneswar

ମହିଳା ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ମାର୍ଚ୍ଚ ୪ରୁ : ପାକିସ୍ତାନ ସହ ଭାରତର ପ୍ରଥମ ମୁକାବିଲା

ନୂଆଦିଲ୍ଲୀ : ମାର୍ଚ୍ଚ ୪ରୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହେଉଛି ଆଇସିସି ମହିଳା ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ର ୧୨ଶ ସଂସ୍କରଣ । ୫ ବର୍ଷ ପରେ ଏହି ବିଶ୍ବକପ୍‌ ଆୟୋଜନ ହେଉଛି। ଏଥିରେ ମୋଟ ୮ଟି ଦଳ ଭାଗ ନେଉଛନ୍ତି। ଏହି ୮ଟି ଦଳ ହେଲେ ଆୟୋଜକ ନ୍ୟୁଜିଲାଣ୍ଡ, ଗତଥରର ଚମ୍ପିଆନ୍ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌।
ଲିଗ୍‌ ପର୍ଯ୍ୟାୟରେ ଏହି ୮ଟି ଦଳ ପରସ୍ପର ବିରୋଧରେ; ୭ଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ଲିଗ୍‌ ପର୍ଯ୍ୟାୟ ପରେ ପଏଣ୍ଟ ଟେବୁଲ୍‌ରେ ପ୍ରଥମ ୪ଟି ଦଳ ସେମିଫାଇନାଲ ଖେଳିବେ। ୧ନଂ ଦଳ ୪ନଂ ଦଳ ବିପକ୍ଷରେ ଏବଂ ୨ନଂ ଦଳ ୩ନଂ ଦଳ ବିପକ୍ଷରେ ସେମିଫାଇନାଳ ଖେଳିବେ। ଏହି ୫୦ ଓଭରର ବିଶ୍ବକପ୍‌ରେ ଦିନର ମ୍ୟାଚ୍‌ ଭାରତୀୟ ସମୟ ଭୋର୍ ୩.୩୦ରେ ଏବଂ ଦିବାରାତ୍ର ମ୍ୟାଚ୍‌ ଭାରତୀୟ ସମୟ ସକାଳ ୬.୩୦ରୁ ଆରମ୍ଭହେବ। ୨୦୧୭ରେ ଶେଷଥର ଏହି ବିଶ୍ବକପ୍‌ ଇଂଲଣ୍ଡରେ ଖେଳା ଯାଇଥିବା ବେଳେ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଭାରତକୁ ମାତ୍ର ୯ ରନ୍‌ରେ ହରାଇ ଆୟୋଜକ ଇଂଲଣ୍ଡ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିଲା। ମାର୍ଚ୍ଚ ୪ରେ ତୌରାଙ୍ଗା ସହରରେ ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ମିତାଲି ରାଜ୍‌ ନେତୃତ୍ବାଧୀନ ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ମାର୍ଚ୍ଚ ୪ରେ ତୌରାଙ୍ଗାରେ ପ୍ରଥମ ମ୍ୟାଚ୍‌ ଖେଳିବ। ଏହି ବିଶ୍ବକପ୍‌ ୪ ବର୍ଷରେ ଥରେ ଖେଳା ଯାଇଥାଏ। ୨୦୨୧ ଫେବୃଆରୀ-ମାର୍ଚ୍ଚରେ ଏହି ବିଶ୍ବକପ୍‌ ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ସ୍ଥିର କରା ଯାଇଥିଲା। ହେଲେ କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ଏହାକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆ ଯାଇଥିଲା। ତୌରାଙ୍ଗା ସହ ଅକ୍‌ଲାଣ୍ଡ, ହାମିଲ୍‌ଟନ, ୱେଲିଂଟନ, ଖ୍ରୀଷ୍ଟଚର୍ଚ୍ଚ ଓ ଡୁନେଡିନ୍‌ରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ଏପ୍ରିଲ ୩ରେ ଖ୍ରୀ​‌ଷ୍ଟଚର୍ଚ୍ଚରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ଭାରତର ଖେଳସୂଚୀ
ମାର୍ଚ୍ଚ ୬: ବନାମ ପାକିସ୍ତାନ (ତୌରଙ୍ଗା)
ମାର୍ଚ୍ଚ ୧୦: ବନାମ ନ୍ୟୁଜିଲାଣ୍ଡ (ହାମିଲ୍‌ଟନ)
ମାର୍ଚ୍ଚ ୧୨: ବନାମ ୱେଷ୍ଟଇଣ୍ଡିଜ୍‌ (ହାମିଲ୍‌ଟନ)
ମାର୍ଚ୍ଚ ୧୬: ବନାମ ଇଂଲଣ୍ଡ (ୱେଲିଂଟନ)
ମାର୍ଚ୍ଚ ୧୯: ବନାମ ଅଷ୍ଟ୍ରେଲିଆ (ଅକ୍‌ଲାଣ୍ଡ)
ମାର୍ଚ୍ଚ ୨୨: ବନାମ ବାଂଲାଦେଶ (ହାମିଲ୍‌ଟନ)
ମାର୍ଚ୍ଚ ୨୮: ବନାମ ଦକ୍ଷିଣ ଆଫ୍ରିକା (ଖ୍ରୀଷ୍ଟଚର୍ଚ୍ଚ)

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories