ଆରଡି : ଆଜି ପବିତ୍ର ମହାଶିବରାତ୍ରୀ , ଏଥିପାଇଁ ଉତ୍ସବମୁଖର ବାବା ଆଖଣ୍ଡଳମଣିଙ୍କ ପୀଠ। ସୋମବାର ଏକବାର ନୀତି ନିମନ୍ତେ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ପରେ ମଧ୍ୟାହ୍ନ ନୀତି, ଯୋଗିବେଶ, ବଡସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁଯାୟୀ ମଣିବାବାଙ୍କ ପାଖରୁ ଆଜ୍ଞାମାଳ ଓ ନୂଆନେତ ଆସିବା ପରେ ସେବାୟତଙ୍କ ଦ୍ବାରା ମନ୍ଦିରଚୂଡାରେ ଲାଗି କରାଯାଇଥିଲା। ତାହା ସହିତ ନୂଆ ଚାନ୍ଦୁଆ ଗର୍ଭଗୃହରେ ଲାଗି କରାଯାଇଥିଲା। ଆଜି ମହାଶିବରାତ୍ରୀ ନୀତି ନିମନ୍ତେ ରାତ୍ର ୧ଟାରେ ସୁନାବେଶ ସମ୍ପନ୍ନ ହେବା ସହ ଭୋର ୫ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମ୍ପନ୍ନ ହୋଇଛି।
Popular Categories



