www.samajalive.in
Monday, December 8, 2025
27.1 C
Bhubaneswar

ଦକ୍ଷିଣ ଆଫ୍ରିକାକୁ ୮ୱିକେଟରେ ହରାଇଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳ ବୁଧବାର ବଡୋଦ୍ରାଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ ଆର୍ନ୍ତଜାତିକ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ୪୧ ଓଭର ଓ ୪ଟି ବଲ୍‍ ଖେଳି ୮ ୱିକେଟ ବିନିମୟରେ ୧୬୫ରନ୍‍ର ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏଥିସହିତ ଭାରତୀୟ ମହିଳା କ୍ରିକେଟ ଦଳ ସିରିଜରେ ୧-୦ରେ ଅଗ୍ରଣୀ ରହିଛି।

ପ୍ରିୟା ପୁନିଆଁ ଅପରାଜିତ ୧୨୩ ବଲ୍‍ରୁ ୭୫ରନ୍‍ ସଂଗ୍ରହ କରି ଅପରାଜିତ ରହିଛନ୍ତି। ଏହା ତାଙ୍କର ପ୍ରଥମ ଆର୍ନ୍ତଜାତିକ ଦିନିକିଆ କ୍ରିକେଟ ମ୍ୟାଚ ଥିଲା ଓ ସେ ୮ଟି ଚୌକା ସହାୟତାରେ ଏହି ରନ୍‍ ସଂଗ୍ରହ କରିଥିଲେ। ଝୁଲନ୍‍ ଗୋସ୍ୱାମୀ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ଶିଖା ପାଣ୍ଡେ, ଏକତା ବିଷ୍ଠ ଓ ପୁନମ ଯାଦବ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି। ଆସନ୍ତା ଶୁକ୍ରବାର ଦିନ ମଧ୍ୟ ବଡୋଦ୍ରାଠାରେ ଦ୍ୱିତୀୟ ମ୍ୟାଚ ଖେଳାଯିବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories