www.samajalive.in
Friday, December 5, 2025
27.1 C
Bhubaneswar

ଦିଲ୍ଲୀରେ ମହିଳା ଓକିଲଙ୍କୁ ଛୁରି ଦେଖାଇ ବଳାତ୍କାର

ନୂଆଦିଲ୍ଲୀ: ଦିଲ୍ଲୀର ଜଙ୍ଗପୁରାରେ ଜଣେ ମହିଳା ଓକିଲଙ୍କୁ ବଳାତ୍କାର କରାଯାଇଛି। ଶୁକ୍ରବାର ରାତିରେ ଅଭିଯୁକ୍ତ ଜଣକ ମହିଳା ଓକିଲଙ୍କ ଘରେ ଚୋରି କରିବା ଲାଗି ପ୍ରବେଶ କରିଥିଲେ। କିନ୍ତୁ ମହିଳାଙ୍କୁ ଏକୁଟିଆ ଦେଖି ତାଙ୍କୁ ବଳାତ୍କାର କରିଥିଲେ। ପାଟି ଖୋଲିଲେ ହତ୍ୟା କରିବାର ଧମକ ଦେଇ ମହିଳାଙ୍କୁ ଛୁରି ଦେଖାଇ ତାଙ୍କୁ ବଳାତ୍କାର କରିଥିଲେ। ପରେ ତାଙ୍କ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ ମରିଯାଇଥିବା ଭାବି ଅଭିଯୁକ୍ତ ଘରୁ ଟଙ୍କା, ଡେବିଟ୍‌ କାର୍ଡ ଓ ଅନ୍ୟାନ୍ୟ ଜିନିଷ ଚୋରି କରି ସେଠାରୁ ଖସି ପଳାଇଥିଲେ।

ମହିଳା ଜଣକ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି। ଅଭିଯୁକ୍ତ ନାମ ସୋନୁ। ତା’ ନାଁରେ ପୁରୁଣା କ୍ରିମିନାଲ୍‌ ରେକର୍ଡ ରହିଛି। ସେ ଦିଲ୍ଲୀର ତୈମୁର ନଗରରେ ରହୁଥିବା ପୁଲିସ କହିଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories