www.samajalive.in
Saturday, December 6, 2025
26.1 C
Bhubaneswar

ଫ୍ଲାଇଆସ୍ ଇଟା କାରଖାନାରେ ଅଘଟଣ, ଶ୍ରମଜୀବୀ ମହିଳାଙ୍କ ମୃତ୍ୟୁ

ପାଟଣା: ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ କିଆପଡା ଗ୍ରାମର ଏକ ଘରୋଇ ଫ୍ଲାଇଆସ୍ ଇଟା କାରଖାନାରେ ଅଘଟଣ ଘଟି ଜଣେ ଶ୍ରମଜୀବୀ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ଗ୍ରାମର ଭୂବନ ନାଏକଙ୍କ ପତ୍ନୀ ରୁକ୍ମିଣୀ ନାଏକ(୫୫) ବୋଲି ଜଣାପଡିଛି । ଆଜି ଅପରାହ୍ନ ସାଢେ଼ ୩ଟା ସମୟରେ ରୁକ୍ମିଣୀ ନାଏକ ଇଟା ତିଆରି ମିକ୍ସର କୁଣ୍ଡରେ ପଶି କୁଣ୍ଡ ସଫା କରୁଥିବା ସମୟରେ କେହି ଜଣେ ଅଜାଣତରେ ମୋଟର ଚଲାଇ ଦେବାରୁ ସେ ମୋଟରରେ ପେଶି ହୋଇ ଗୁରୁତର ହୋଇ ପଡ଼ିଥିଲେ । ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଉଥିବା ବେଳେ ରାସ୍ତାରେ ରୁକ୍ମିଣୀଙ୍କ ମୃତ୍ୟୁ ଘଟିଥିଲା। କେନ୍ଦୁଝର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ତୁରୁମୁଙ୍ଗା ପୋଲିସକୁ ସୂଚନା ଦେଇଛନ୍ତି। ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତିଙ୍କ ପକ୍ଷରୁ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ରହିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories